ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବରଗଡ଼ ଜିଲ୍ଲା ଗସ୍ତରେ ଯାଉଥିବାବେଳେ ବରଗଡ଼ ପୁଲିସ ହାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଘେରିଛି। ନ୍ୟାୟ ଆଶାରେ ଥିବା ଗୋବିନ୍ଦଙ୍କ ପତ୍ନୀ ରୁବି କୁମ୍ଭାରଙ୍କୁ ପ୍ରଲୋଭିତ କରି ଚୁପ୍ ରହିବା ପାଇଁ କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି କହିବା ସହ ଏସପିଙ୍କୁ ପୁରସ୍କୃତ କରିବେ ନା ରୁବିଙ୍କୁ ନ୍ୟାୟ ପ୍ରଦାନ କରିବେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବରଗଡ଼ ଜିଲ୍ଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କୁ ଗୋଟିଏ ଘଟଣାର ସାକ୍ଷୀ ଭାବେ ତାଙ୍କୁ ଆଣି ହାଜତରେ ରଖିଥିବାବେଳେ ପୁଲିସର ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଭଳି ଅଭାବନୀୟ ମୃତ୍ୟୁକୁ ନେଇ ମୃତ ଗୋବିନ୍ଦଙ୍କ ବିଧବା ପତ୍ନୀ ରୁବି କୁମ୍ଭାରଙ୍କ ଏତଲାକୁ ଗ୍ରହଣ ନକରି ଫେରାଇ ଦେଇଥିଲା । ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ନ୍ୟାୟ ପାଇବା ଆଶାରେ ରୁବି କୁମ୍ଭାର ଲଢେଇ ଜାରୀ ରଖିଛନ୍ତି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0