spot_img

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ପ୍ରଦୀପ ମାଝି

ଭୁବନେଶ୍ୱର ୧୬।୧୧:  ବିଜେଡିରେ ଯୋଗ ଦେବା ପରେ ଦଳର ସଭାପତି ଓ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପ୍ରଦୀପ ମାଝି ।  କଂଗ୍ରେସ ଛାଡି ବିଜେଡିରେ କିଛି ଦିନ ତଳେ ଯୋଗଦେଇଛନ୍ତି ।  ନବୀ ନିବାସରେ ସୋମବାର ସଂଧ୍ୟା ୬ଟା ବେଳେ ପ୍ରଦୀପ ମାଝି ମୁଖ୍ୟମନ୍ତ୍ରୀଙ୍କ ଭେଟି ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ ।

ସାକ୍ଷାତ ସମୟରେ ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ, ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି । ସେ ଅଞ୍ଚଳ ଲୋକଙ୍କର ବହୁ ପ୍ରସଙ୍ଗ ଅଛି, ତା’ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆବଶ୍ୟକ । ପ୍ରଦୀପଙ୍କ କଥା ଶୁଣିବା ପରେ ନବୀନ ପ୍ରତିଶ୍ରୁତି ଦେଇଥିଲେ, ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ । ଲୋକଙ୍କର ପ୍ରତି ସମସ୍ୟା ସେ ଶୁଣିବେ । ଏହାସହ ପ୍ରଦୀପଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ତୁମେ ଜଣେ ଭଲ ଯୁବ ନେତା । ଲୋକଙ୍କ ପାଇଁ କାମ କରିଚାଲ, ମୁଁ ସବୁବେଳେ ସାଥୀରେ ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular