ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଲାଗିଛି କଂଗ୍ରେସକୁ ବଡ ଝଟ୍କା। ଜମ୍ମୁକଶ୍ମୀର କଂଗ୍ରେସ ଦଳ ଭିତରେ ହିଁ ଦେଖାଦେଇଛି କନ୍ଦଳ। ଗୁଲାମ ନବି ଆଜାଦଙ୍କ କ୍ୟାମ୍ପର ଅନେକ ବଡ ବଡ ନେତା ଏବେ ଦଳ ଛାଡିଦେଇଛନ୍ତି। ବର୍ତ୍ତମାନର ପିସିସି ସଭାପତିଙ୍କ ବିରୋଧରେ ସେମାନେ ବିଦ୍ରୋହର ସ୍ୱର ଉଠାଇ ଇସ୍ତଫା ଦେଇଛନ୍ତି ୨୦ କଂଗ୍ରେସ ନେତା। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାର ଚନ୍ଦଙ୍କୁ ଛାଡି ଜମ୍ମୁକଶ୍ମୀର ପ୍ରଦେଶ କଂଗ୍ରେସର ପ୍ରାୟ ସମସ୍ତ ଆଜାଦଙ୍କ ବିଶ୍ୱସ୍ତ ନେତା ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଏମାନେ ନିଜ ନିଜ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରହୁଲ ଗାନ୍ଧି ଏବଂ ଜମ୍ମୁ-କଶ୍ମରର ପ୍ରଭାରୀ ରଜନୀ ପାଟିଲଙ୍କ ନିକଟକୁ ପଠାଇଛନ୍ତି। ପୂର୍ବତନ ବିଧାୟକ ଜିଏମ୍ ସରୁରୁ, ବିକାର ରସୁଲ ୱାନି, ଜୁଗଲ କିଶୋର ଶର୍ମା, ମନୋହର ଲାଲ ଶର୍ମା, ନରେଶ ଗୁପ୍ତା, ଗୁଲାମ ନବି ମୋଙ୍ଗା, ସୁଭାଷ ଗୁପ୍ତା, ଅମିନ ଭଟ୍ଟ, ଅନୱର ଭଟ୍ଟ, ଇନାୟତ ଅଲି ଏବଂ ଅନ୍ୟ ବଡ ନେତାମାନେ ସାମିଲ ଅଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0