spot_img

ଶତବାର୍ଷିକୀ ପାଳିତ

ଆଳି ଅଞ୍ଚଳର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ,ଡାକ୍ତର ତଥା ଆଳି ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଡାକ୍ତର ଦିବାକର ନାଥଶର୍ମାଙ୍କ ଜନ୍ମ ଶତବାର୍ଷିକୀ ନିଆଳହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଦିବାକର ନାଥଶର୍ମା ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଉକ୍ତ ସ୍ମୂତିସଭାରେ ସଂସଦର ଉପଦେଷ୍ଟା ନିଳାଦ୍ରୀ ଭୂଷଣ ମହାପାତ୍ର ସଭାପତିତ୍ବ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡାର ବିଧାୟକ ତଥା\”ସମ୍ବାଦ\” ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସ୍ବର୍ଗତ ଶର୍ମାଙ୍କ ତ୍ୟାଗ ପୁତ ଜୀବନୀ ବିଷୟରେ ଆଲୋକ ପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ,ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା,ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗଦେଇ କହିଥିଲେ ଯେ ସ୍ବର୍ଗତ ଶର୍ମା ଡାକ୍ତରୀ ପଢା ଶେଷ କରିବା ପରେ ମୋଟା ବେତନର ଚାକିରୀ ପାଇବା ପରେ ଚାକିରୀକୁ ତୁଚ୍ଛ କରି ନିଜ ଅଞ୍ଚଳକୁ ଫେରି ଆସିଥିଲେ ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ । ଏହାପରେ ସେ ବିଧାୟକ ହୋଇ ଅଞ୍ଚଳର ବିକାଶର ସାରଥୀ ସାଜିଥିଲେ । ସ୍ବର୍ଗତ ଶର୍ମାଙ୍କ ତ୍ୟାଗ ଓ ସେବା ପାଇଁ ସେ ଜନମାନସରେ ଆଜି ମଧ୍ୟ ଚିରସ୍ମରଣୀୟ ହୋଇ ରହିଛନ୍ତି । ଏହି ଅବସରରେ ସ୍ବର୍ଗତ ଶର୍ମାଙ୍କ ପ୍ରତିମୂର୍ତ୍ତିକୁ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ସ୍ବର୍ଗତ ଶର୍ମାଙ୍କ ଜୀବନୀ ଆଧାରିତ ସ୍ମରଣିକା\’ଅମୃତ ପାଦପ\’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ସଂପାଦକ କାହ୍ନୂ ଚରଣ ତ୍ରିପାଠୀ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ପଣ୍ଡିତ ମହେଶ୍ବର ନନ୍ଦ ଅତିଥି ପରିଚୟ ଦେଇଥିଲେ । ପର୍ଶୁରାମ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ବର୍ଗତ ଶର୍ମାଙ୍କ କନିଷ୍ଠ ପୁତ୍ର ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଶତବାର୍ଷିକୀ ପାଳନ ପାଇଁ ଅତିଥି ଓ ଉଦ୍ୟୋକ୍ତା ମାନଙ୍କୁ କୃତଜ୍ଞତା ଜଣା ଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular