ଜମ୍ମୁ-କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ହାୟଦରପୋରା ଏନକାଉଣ୍ଟରକୁ ନେଇ ବିବାଦ ଦେଖାଯାଇଛି। ଏହି ଗୁଳକାଣ୍ଡରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାରୁ ସେମାନଙ୍କ ପରିବାର ଲୋକ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବୁଧବାର ଦୁଇ ବ୍ୟକ୍ତିଙ୍କ ପରିବାର ଲୋକ ପ୍ରେସ ଏନକ୍ଲେଭ ନିକଟରେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ବଳପୂର୍ବକ ହଟାଇ ଦେଇଛି। ଏଥିସହ ସେମାନଙ୍କୁ ଅଟକ ରଖିଥିଲା। ମୃତ ଅଲତାଫ ଭଟ୍ଟ ଓ ମୁଦ୍ଦାସିର ଗୁଲଙ୍କ ପରିବାର ବର୍ଗ ବିଭିନ୍ନ ସାମାଜିକ କର୍ମୀଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ସେମାନେ ଶବ ଫେରାଇବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ। ପ୍ରଥମେ ସମସ୍ତ ବିକ୍ଷୋଭକାରୀଙ୍କୁ ପୁଲିସ୍ ଅଟକ ରଖିଥିଲା। ଏହାପରେ ସେମାନଙ୍କୁ ଘରକୁ ପଠାଇ ଦେଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0