ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଫିଲିପ୍ପିନ୍ସ୍ ନୌସେନା ଜାହାଜକୁ ସାମଗ୍ରୀ ଯୋଗାଇବା ପାଇଁ ଯାଉଥିବା ଡଙ୍ଗାଗୁଡ଼ିକ ଉପରକୁ ଚୀନା ତଟରକ୍ଷୀ ପୋତ ପାଣି ମାଡ଼ କରିଥିବା କଥା ଗୁରୁବାର ଦିନ ଫିଲିପ୍ପିନ୍ସ୍ ଅଭିଯୋଗ କରିବା ସହ ଏଥିରୁ ନିବୃତ ହେବାକୁ ବେଜିଙ୍ଗ୍କୁ ଆଦେଶ ଦେଇଛି। ଘଟଣାଟି ଗତ ମଙ୍ଗଳବାର ଦିନ ଘଟିଛି। ‘ସ୍ପ୍ରାଟ୍ଲି ଦ୍ବୀପପୁଞ୍ଜ’ ଅନ୍ତର୍ଗତ ‘ସେକେଣ୍ଡ୍ ଟୋମାସ୍ ସୋଆଲ୍’ରେ ଫିଲିପ୍ପିନ୍ ଡଙ୍ଗାଗୁଡ଼ିକ ଯାତ୍ରା କରୁଥିଲେ। ଫିଲିପ୍ପିନ୍ସ୍ର ବୈଦେଶିକ ସଚିବ ଟିଓଡୋରୋ ଲୋକ୍ସିନ୍ କହିଛନ୍ତି ଯେ, ଘଟଣା ସଂକ୍ରାନ୍ତରେ ସେ ବେଜିଙ୍ଗ୍ ପ୍ରତି ଅଶାନ୍ତି, ନିନ୍ଦା ଓ ପ୍ରତିବାଦ ବ୍ୟକ୍ତ କରିଛନ୍ତି। ଟୁଇଟର୍ରେ ବିବୃତି ଦେଇ ଲୋକ୍ସିନ୍ ଲେଖିଛନ୍ତି, ଚୀନ୍ର ତିନୋଟି ସାମରିକ ପୋତ ବାଟ ଓଗାଳିବା ସହ ବେଆଇନ୍ ଭାବେ ‘ଜଳ କମାଣା’ରୁ ପାଣି ମାଡ଼ କରିଥିଲେ। ଭାଗ୍ୟକୁ ଏଥିରେ କେହି ଆହତ ହୋଇ ନାହାନ୍ତି। କିନ୍ତୁ, ଆମ ଡଙ୍ଗା ସବୁ ପୁନଃଯୋଗାଣ ଅଭିଯାନ ବନ୍ଦ ରଖିଲେ। ବେସାମରିକ ହୋଇଥିବାରୁ ଉକ୍ତ ଡଙ୍ଗା ସବୁକୁ ‘ସର୍ବସାଧାଣ’ ଡଙ୍ଗା କୁହାଯାଇ ପାରିବ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0