ତାମିଲନାଡୁରରେ ବର୍ଷା ବିତ୍ପାତ । ବିଶେଷକରି କ୍ଷତିଗ୍ରସ୍ତ ହୋଇଛି ଭେଲୋର ଜିଲ୍ଲାରେ । ଭେଲୋରରେ ପ୍ରବଳ ବର୍ଷା ହେବାରୁ ଗୋଟିଏ ଘରର କାନ୍ଥ ଭୁଶୁଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୪ ପିଲା ରହିଛନ୍ତି । ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଛନ୍ତି । ଶୁକ୍ରବାର ମଧ୍ୟ ତାମିଲନାଡୁର ଉତ୍ତର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ | ସେପଟେ ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହ ଗୁରୁତରଙ୍କୁ ୫୦ ହଜାରର କ୍ଷତିପୂରଣ ଘୋଷଣା କରିଛନ୍ତି । ଗତ ସପ୍ତାହରୁ ତାମିଲନାଡୁରେ ଲଗାତାର ବର୍ଷା ଜାରି ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0