ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ଯୋଡ଼ି ଶିଥିଳ ପଡ଼ିଯାଇଛି । ନିର୍ବାଚନ ସମୟର ସମ୍ପର୍କ ଏବଂ ଏବର ସମ୍ପର୍କ ମଧ୍ୟରେ ଆକାଶପାତାଳ ବ୍ୟବଧାନ ଦେଖାଗଲାଣି । ହ୍ୱାଇଟ୍ହାଉସ୍ରେ କେବଳ ବାଇଡେନ୍ଙ୍କ ଦବ୍ଦବା ରହିଥିବା ବେଳେ କମଳା ନିଷ୍ପ୍ରଭପ୍ରାୟ ହୋଇଗଲେଣି । ପ୍ରତିଟି କ୍ଷେତ୍ରରେ କମଳାଙ୍କୁ ଅଣଦେଖା କରାଯାଉଛି । ଦେଶର ଜନତାଙ୍କ ସାମ୍ନାକୁ ଆସିବାକୁ କାଣିଚାଏ ସୁଯୋଗ ଦିଆଯାଉ ନାହିଁ । ଏମିତି କି ରାଷ୍ଟ୍ରପତି ବାଇଡେନ୍ କମଳାଙ୍କ ବିକଳ୍ପ ଖୋଜୁଥିବା ବି ଚର୍ଚ୍ଚା ହେଲାଣି । ବୟସାଧିକ୍ୟ କାରଣରୁ ଭବିଷ୍ୟତରେ ବାଇଡେନ୍ଙ୍କ ସ୍ଥାନରେ କମଳା ହିଁ ଆମେରିକାର ରାଷ୍ଟ୍ରପତି ହେବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । କମଳାଙ୍କ ଲୋକପ୍ରିୟତାରୁ ତାହା ସ୍ପଷ୍ଟ ଜଣା ବି ପଡୁଥିଲା । କିନ୍ତୁ କ୍ଷମତାକୁ ଆସିବା ପରଠାରୁ ବାଇଡେନ୍ ଓ କମଳାଙ୍କ ମଧ୍ୟରେ ଦୂରତ୍ୱ ବଢ଼ିବାକୁ ଲାଗିଛି । ବାଇଡେନ୍ ପ୍ରଶାସନରେ କମଳା ହାରିସ୍ ଯଥେଷ୍ଟ ଚର୍ଚ୍ଚାରେ ରହିଥିଲେ । କାରଣ ସେ ଆମେରିକାର ପ୍ରଥମ ମହିଳା ଓ କୃଷ୍ଣକାୟ ଉପରାଷ୍ଟ୍ରପତି ଥିଲେ । ଫକ୍ସ ନ୍ୟୁଜ୍ ସାମ୍ବାଦିକ ଚାଡ୍ ପେରଗ୍ରାମଙ୍କ ଏକ ରିପୋର୍ଟ ଅନୁସାରେ ଆମେରିକା ସଂସଦ କଂଗ୍ରେସରେ ଏବେ ଏଭଳି କିଛି କାର୍ଯ୍ୟ ଚାଲିଛି, ଯାହା ପୂର୍ବରୁ ଦେଖିବାକୁ ମିଳି ନ ଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0