ଟିଭିର ଚର୍ଚ୍ଚିତ ଶୋ’ ‘କୋନ୍ ବନେଗା କରୋଡପତି’ରେ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କ ସହ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସହ ମସ୍ତି ବି କରନ୍ତି। କେବେ ସେ ପ୍ରତିଯୋଗୀଙ୍କ କାହାଣୀ ଶୁଣନ୍ତି ତ ଆଉ କେବେ ନିଜ କାହାଣୀ ଶୁଣାନ୍ତି। କିନ୍ତୁ ନିକଟରେ ଶୋ’ ରେ ଜଣେ ଏପରି ପ୍ରତିଯୋଗୀ ଆସିଥିଲେ ଯାହାଙ୍କ କଥା ଶୁଣି ଅମିତାଭ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏହି ସପ୍ତାହ କେବିସିର ସ୍ପେଶାଲ୍ ୱିକ୍ ଥିଲା। ଏହି ସପ୍ତାହରେ ଶିଶୁ ଏବଂ ଯୁବକମାନଙ୍କୁ ଏହି ଶୋ’କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ଜଣେ ପ୍ରତିଯୋଗୀ ଆସିଥିଲେ ଯାହାଙ୍କ ନାମ ଆରାଧ୍ୟ ଗୁପ୍ତା। ଆରାଧ୍ୟ ଅମିତାଭଙ୍କୁ କହିଥିଲେ ଯେ ସେ ଟେଲିଭିଜନ ସାମ୍ବାଦିକ ହେବାକୁ ଚାହୁଁଛନ୍ତି। ଏହାପରେ ଆରାଧ୍ୟ ବିଗ୍ ବିଙ୍କ ଇଣ୍ଟରଭ୍ୟୁ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅମିତାଭ ବଚ୍ଚନ ତାଙ୍କ କଥାରେ ରାଜି ହୋଇଥିଲେ।
ତା’ପରେ ଆରାଧ୍ୟ ଅମିତାଭ ବଚ୍ଚନଙ୍କ ଏତେ ବର୍ଷର ସଫଳତା, କାର୍ଯ୍ୟ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ। ଅମିତାଭ ବଚ୍ଚନ ସମସ୍ତ ପ୍ରଶ୍ନର ଭଲ ଉତ୍ତର ଦେଇଥିଲେ, କିନ୍ତୁ ଗୋଟିଏ ପ୍ରଶ୍ନ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆରାଧ୍ୟ ବିଗ୍ ବିଙ୍କୁ ଆମାଜନ ଆଲେକ୍ସା ସହିତ ଟାଏ ଅପକୁ ନେଇ ପଚାରିଥିଲେ। ଆରାଧ୍ୟ ପଚାରିଥିଲେ, ଆଲେକ୍ସା ପାଇଁ ଆପଣଙ୍କ ଭଏସ୍ ରେକର୍ଡ କରାଯାଇଛି, ତେଣୁ ଯେତେବେଳେ ଜୟା ଆଣ୍ଟି କୁହନ୍ତି ଆଲେକ୍ସା ଏସି ଅନ୍ କରିଦିଅ। ତେବେ ସେତେବେଳେ ଆଲେକ୍ସା କୁହେ ନା ଆପଣ କୁହନ୍ତି ୟେସ୍ ମ୍ୟାମ୍? ଏହି ପ୍ରଶ୍ନ ଶୁଣି ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଦର୍ଶକ ହସିବାକୁ ଲାଗିଲେ। ଏହା ପରେ ଅମିତାଭ ବଚ୍ଚନ କୁହନ୍ତି , ମିଷ୍ଟର ଟିଭି ଜର୍ଣ୍ଣାଲିଷ୍ଟ, ମୁଁ ଆଉ କୌଣସି ଇଣ୍ଟରଭ୍ୟୁ କରିବାକୁ ଚାହୁଁ ନାହିଁ। ଦୟାକରି ଆପଣ ମୋ ଘର ଛାଡି ଏହି ସମୟରେ ଚାଲିଯାଆନ୍ତୁ। ୟାର୍ ତୁମେ ତ ଚମତ୍କାର ପ୍ରଶ୍ନ ପଚାରୁଛ ବୋଲି ଅମିତାଭ କହିଛନ୍ତି।




Visitors Today : 0
Total Visitors : 130166
Total Views : 9891611
Visitors Online Now : 0