ତ୍ରିପୁରାରେ ବିଜେପି ଏବଂ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ । ଏଥିରେ ୧୯ ଜଣ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ଏହାକୁ ନେଇ ସେହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଶୁକ୍ରାବର ପୋଲିସ ଏନେଇ ସୂଚନା ଦେଇଛି । ରାଜ୍ୟରେ ପୌର ନିର୍ବାଚନର କିଛି ଦିନ ପୂର୍ବରୁ ହୋଇଥିବା ଏହି ହିଂସାରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ବୋଲି ସୁବ୍ରତ ଚକ୍ରବର୍ତ୍ତୀ କହିଛନ୍ତି । ଖୋବଇ ଜିଲ୍ଲାର କ୍ଲିତିଲା ଅଞ୍ଚଳରେ ବୁଧାବାର ରାତି ସାଢ଼େ ୯ଟା ବେଳେ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଉଭୟ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତା ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଦୁଇ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୧୯ ଜଣ ଆହତ ହୋଇଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0