spot_img

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହୋଇଛି । ରାଜ୍ୟର କିଛି ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି । ତେବେ ଅଦଳବଦଳ ହୋଇଥିବା ଅଧିକାରୀମାନେ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବଦଳ କରାଯାଇଛି । ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି ।

କିର୍ତ୍ତି ଭାସନ୍‌ ଭିଙ୍କୁ ଗଞ୍ଜାମ କୋଭିଡ୍‌ ପରିଚାଳନା OSD ଭାବେ ଦାୟିତ୍ୱ । ଶୁଭଙ୍କର ମହାପାତ୍ରଙ୍କୁ SDM ବାଲିଗୁଡ଼ା, କନ୍ଧମାଳ ଭାବେ ଦାୟିତ୍ୱ ଦିଆଯାଇଛି । ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ SDM, ସମ୍ବଲପୁରର ଦାୟିତ୍ୱ । ଜେ. ସୋନାଲଙ୍କୁ ଗଜପତି ଜିଲ୍ଲାରେ କୋଭିଡ୍‌ ପରିଚାଳନା OSD ଭାବେ ଦାୟିତ୍ୱ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular