spot_img

ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ମିଳିବନି ରାସନ…ନିର୍ଦ୍ଦେଶ ଦେଲେ କଟକ ଡିସିପି

କଟକ:ଅନଲକ୍ ୩ ଗାଇଡଲାଇନ୍ ଅନୁଯାୟୀ କଟକର ସମସ୍ତ ଦୋକାନ ରାତି ୮ଟା ସୁଦ୍ଧା ବନ୍ଦ ହେବ । ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏକ ବୋର୍ଡ ଟାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀ ଓ ଦୋକାନରେ କାମକରୁଥିବା କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ନ ପିନ୍ଧିଥିବା ଗ୍ରାହକଙ୍କୁ ଦୋକନୀ ସାମଗ୍ରୀ ବିକ୍ରି କରିବେ ନାହିଁ । କୌଣସି ଦୋକନରେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସଂକୀର୍ଣ୍ଣ ଓ ଜନଗହଳିପୂର୍ଣ୍ଣ ବଜାରରେ ୱାନ ୱେ ଟ୍ରାଫିକ ଆରମ୍ଭ ହେବ । କୌଣସି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲେ ଦୋକାନ ବନ୍ଦ କରି ପ୍ରଶାସନକୁ ସହଯୋଗ କରିବାକୁ ଅପିଲ କରାଯାଇଛି । ଅନଲକ ୩ରେ ଦୋକାନଗୁଡିକରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ବଜାର ବନ୍ଦ କରିବା ପାଇଁ କୁହାଯାଇଛି । ଆଇନ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular