ତିନି କୃଷି ଆଇନକୁ ରଦ୍ଦ କରାଯିବ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ କଂଗ୍ରେସ ନେତା ପି. ଚିଦମ୍ବର ଶାସକ ‘ବିଜେପି’କୁ ସମାଲୋଚନା କରି କହିଛନ୍ତି, କେବଳ ‘ବିଜେପି’ ଶାସନରେ କ୍ୟାବିନେଟ୍ର ବିନା ମଞ୍ଜୁରିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଏ। ଚିଦମ୍ବରମ୍ କହିଛନ୍ତି, ଉଲ୍ଲେଖନୀୟ ସର୍ବସାଧାରଣ ବ୍ୟାପାର ପରିଚାଳନା ଦର୍ଶାଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା କରିଥିଲେ। ‘ବିଜେପି’ ଅଧ୍ୟକ୍ଷ କହିଥିଲେ ଯେ, କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଖୁବ୍ ଯତ୍ନବାନ୍। ଆଜି ଟୁଇଟର୍ରେ ପି. ଚିଦମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, କ୍ୟାବିନେଟ୍ ବୈଠକରେ ଆଲୋଚନା ନ କରି ସେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଲେଖିଛନ୍ତି, ଆପଣମାନେ ଲକ୍ଷ୍ୟ କରିଛନ୍ତି, କ୍ୟାବିନେଟ୍ ବୈଠକ ନ କରି କେମିତି ପ୍ରଧାନମନ୍ତ୍ରୀ ଏକଥା ଘୋଷଣା କରି ପକାଇଲେ? କେବଳ ‘ବିଜେପି’ ଶାସନରେ ହିଁ କ୍ୟାବିନେଟ୍ ମଞ୍ଜୁରି ବିନା ଆଇନ ତିଆରି ହୁଏ ଏବଂ ରଦ୍ଦ କରାଯାଏ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0