ତାମିଲନାଡୁ ପରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେତୁ ରାଜ୍ୟବାସୀଙ୍କ ସମେତ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆନ୍ଧ୍ରପ୍ରଦେଶର ଚିତ୍ତୋର ସମେତ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁରୁବାର ଦିନ ପ୍ରବଳ ବର୍ଷା ହୋଇଥିଲା। ଏଭଳି ପରିସ୍ଥିତିରେ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ତିରୁମାଲାରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ଅଞ୍ଚଳକୁ ସହାୟତା ପଠାଇବାକୁ ସାଉଥ୍ ମେଗାଷ୍ଟାର ଚିରଞ୍ଜୀବୀ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିବେଦନ କରିଛନ୍ତି। ଅଭିନେତା ଏହି ପୋଷ୍ଟରେ ଲେଖିଛନ୍ତି, ‘ଦୟାକରି ରାଜ୍ୟ ସରକାର, ଟିଟିଡି, ସମସ୍ତ ରାଜନୈତିକ ଦଳ, ପ୍ରଶଂସକ ସଙ୍ଗଠନ ସାହାଯ୍ୟ କରନ୍ତୁ। ତିରୁମାଲା ଏବଂ ତିରୁପତିର ଭକ୍ତମାନେ ପ୍ରବଳ ବର୍ଷା ହେତୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଏହା ପୂର୍ବରୁ କେବେ ହୋଇ ନଥିଲା। ଶୀଘ୍ର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଏବଂ ଟିଟିଡି ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍। ମୁଁ ସମସ୍ତ ରାଜନୈତିକ ଦଳ ତଥା ଫ୍ୟାନ୍ କ୍ଲବଙ୍କୁ ଅନୁରୋଧ କରୁଛି ଯେ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଉଦାର ଭାବରେ ଯୋଗଦାନ କରନ୍ତୁ। ୨୦୦୮ ରେ ତିରୁପତି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଏହି ଅଭିନେତା କହିଛନ୍ତି ଯେ ସେଠାରେ ଅବସ୍ଥା ଗୁରୁତର ରହିଛି। ଶୁକ୍ରବାର ଦିନ ଟ୍ୱିଟର ମାଧ୍ୟମରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ସେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0