ପଶ୍ଚିମବଙ୍ଗର, ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ନିକଟରେ ତାଙ୍କ ପୁଅକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀଙ୍କ ବିବାହ ଅବୈଧ ହେବା ପରେ ବର୍ତ୍ତମାନ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ବହୁତ ସମୟ ବିତାଉଛନ୍ତି। ଜନ୍ମଦିନ ପାର୍ଟି, ହେଉ କି କାଶ୍ମୀରରେ ଛୁଟି କାଟିବା ଠାରୁ ଆରମ୍ଭ କରି ଦୀପାବଳିର ଫଟୋ ସେୟାର କରିଛନ୍ତି । ଯାହା ଦେଖିବା ପରେ ଲାଗୁଛି ନୁସରତ ପ୍ରକୃତରେ କଣ ୟଶ ଦାସଗୁପ୍ତଙ୍କ ସହ ବିବାହ କରିଛନ୍ତି କି? ନୁସରତଙ୍କର ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ବେଆଇନ ହେବା ପରେ, ସେ ପୁଣିଥରେ ୟଶ ଦାସଗୁପ୍ତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟେ ହସୁଥିବା ଦେଖାଯାଉଛି। ଏହି ଫଟୋ ଦେଖିବା ପରେ, ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସମାନେ ନୁସରତଙ୍କ ଅନେକ ପ୍ରଶ୍ନ କରିଛନ୍ତି । ନିକଟରେ ଦୀପାବଳୀରେ ପ୍ରଥମ ଥର ପାଇଁ ତାଙ୍କ ପୁଅର ମୁହଁ ଦେଖାଇଥିଲେ । ଏହା ବ୍ୟତୀତ ନୁସରତ ଓ ୟଶଙ୍କ ଫଟୋ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା । ହେଲେ ଏନେଇ ଦୁହେଁ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କ ବିଷୟରେ କୌଣସି ପ୍ରକାରର ଘୋଷଣା କରି ନାହାନ୍ତି । ହେଲେ ବର୍ତ୍ତମାନ ନୁସରତ ୟଶଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି କି – ‘ଆମକୁ ଆଶୀର୍ବାଦ କରନ୍ତୁ’। ତେବେ ନୁସରତ କାହିଁକି ଆଶୀର୍ବାଦ ଲୋଡିଛନ୍ତି । ବାସ୍ତବରେ, ନୁସରତ ଏବଂ ୟଶ ଏହି ଫଟୋ ସହିତ ସେ ଆଉ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0