ବାର୍ଷିକ ପରିଚ୍ଛନ୍ନତା ସର୍ବେକ୍ଷଣରେ ପୁଣି ଥରେ ମଧ୍ୟପ୍ରଦେଶର ଇନ୍ଦୋର ଭାରତର ସବୁଠୁ ପରିଚ୍ଛନ୍ନ ସହର ମାନ୍ୟତା ପାଇଛି। କ୍ରମାଗତ ୫ମ ଥର ପାଇଁ ଆଜି କେନ୍ଦ୍ର ସରକାର ଇନ୍ଦୋରକୁ ଭାରତର ପରିଚ୍ଛନ୍ନତମ ସହର ବୋଲି ଘୋଷଣା କରିଛନ୍ତି। ପୀ ବାର୍ଷିକ ପରିଚ୍ଛନ୍ନତା ସର୍ଭେ ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୧’ରେ ଚଳିତ ବର୍ଷ ଗୁଜରାଟର ସୁରତ ଦ୍ବିତୀୟ ଓ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ତୃତୀୟ ସ୍ଥାନରେ ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ଇନ୍ଦୋରକୁ ଦେଶର ପ୍ରଥମ ‘ୱାଟର୍ ପ୍ଲସ୍’ (ଘରମାନଙ୍କରୁ ବର୍ଜ୍ୟ ଜଳ ନିଷ୍କାସନ) ସିଟି ଘୋଷିତ ହୋଇଛି। ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ଦେଶର ପରିଚ୍ଛନ୍ନ ରାଜ୍ୟ ଭାବେ ଛତିଶଗଡ଼ ପ୍ରଥମ ସ୍ଥାନରେ ରହିଥିବା ବେଳେ ‘କ୍ଲିନେଷ୍ଟ୍ ଗଙ୍ଗା’ ନଗର ବର୍ଗରେ ବାରାଣସୀ ପ୍ରଥମ ସ୍ଥାନରେ ରହିଛି। କୃତ୍ବିତ୍ବ ନିମନ୍ତେ ନଗରବାସୀଙ୍କୁ ଅଭିନନ୍ଦନ ଜଣାଇବାକୁ ଇନ୍ଦୋର ଜିଲ୍ଲାପାଳ ମନୀଷ ସିଂହ ଟୁଇଟ୍ କରି ଲେଖିଛନ୍ତି, କ୍ରମାଗତ ୫ମ ଥର ପାଇଁ ଇନ୍ଦୋର ଦେଶର ପରିଚ୍ଛନ୍ନତମ ସହର ଭାବେ ଘୋଷିତ ହୋଇଥିବାରୁ ନଗରବାସୀଙ୍କୁ ଅଭିନନ୍ଦନ। ନାଗରିକମାନଙ୍କ ପରିଚ୍ଛନ୍ନତା ସଚେତନତା କାରଣରୁ ଏହା ସମ୍ଭବପର ହୋଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0