ଇତିହାସ ରଚିଲେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ । ପ୍ରଥମ ଦକ୍ଷିଣ ଏସିୟ ବଂଶୋଭବ ତଥା ପ୍ରଥମ ମହିଳା ଭାବେ ୧ ଘଣ୍ଟା ୨୫ ମିନିଟ୍ ପାଇଁ ତୁଲାଇଲେ ରାଷ୍ଟ୍ରପତି ଦାୟିତ୍ୱ। ରାଷ୍ଟ୍ରପତି ହିସାବରେ ଦାୟିତ୍ୱ ନେବା ପରେ ପ୍ରଥମ ଅଫିସିଆଲ ମେଡିକାଲ ଚେକଅପ୍ ପାଇଁ ବାଇଡେନ ଗତକାଲି ୱାଲ୍ଟର ରିଡ୍ ମେଡିକାଲ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ସେଠାରେ ଆନାସ୍ଥେସିଆ ଦିଆଯିବା ପରେ ତାଙ୍କର କଲୋନୋସ୍କୋପି କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି କମଲା ହାରିସ ସମସ୍ତ କାର୍ଯ୍ୟ ତୁଲାଇଛନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କୁ ଆନେସ୍ଥେସିଆ ଦିଆଯିବା ସମୟରେ ଉପରାଷ୍ଟ୍ରପତିଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଥାଏ। ରାଷ୍ଟ୍ରପତିଙ୍କ ପ୍ରେସ ସେକ୍ରେଟାରୀ ଦେଇଥିବା ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିଧିବଦ୍ଧ ଭାବେ ଗତକାଲି ୧୧ଟା ୩୫ରେ ଉପରାଷ୍ଟ୍ରପତିଙ୍କୁ ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ। ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଉପରାଷ୍ଟ୍ରପତି ହାରିସଙ୍କୁ ସାମୟିକ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିଥିଲେ। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଶୁକ୍ରବାର ବିଧିବଦ୍ଧ ସୂଚନା ଦିଆଯାଇଥିଲା। ଏହି ସମୟରେ ହାରିସ ନିଜ ୱେଷ୍ଟ ୱିଙ୍ଗ ଅଫିସରେ ରହି ହ୍ୱାଇଟ ହାଉସକୁ ପରିଚାଳନା କରିଥିବା ହ୍ୱାଇଟ ହାଉସ୍ର ପ୍ରେସ ସଚିବ ଜେନ୍ ସାକି କହିଥିଲେ। ସମୁଦାୟ ୧ ଘଣ୍ଚା ୨୫ ମିନିଟ୍ ପାଇଁ ରାଷ୍ଟ୍ରପତି ଭାର ଗ୍ରହଣ କରିଥିଲେ କମଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0