ଅନୁଗୋଳ ପରେ ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଢ଼େଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ଜିଲ୍ଲାର ପ୍ରାୟ ୯ଲକ୍ଷ ହିତାଧିକାରୀ ଏହାଦ୍ବାରା ସ୍ମାର୍ଟ ସ୍ବାସ୍ଥ୍ୟସେବା ପାଇବେ। ସେହିଭଳି ଢ଼େଙ୍କାନାଳ ଜିଲ୍ଲା ପାଇଁ ୮୮୦ କୋଟି କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ପର୍ଯ୍ୟଟନ ପାଇଁ ସ୍ବତନ୍ତ୍ର ଭାବେ ୫୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ସେହିପରି ଶନିବାର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଅନୁଗୋଳ ଷ୍ଟାଡିୟମରେ BSKY ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0