ନୟାଗଡ ଜ଼ିଲ୍ଲା ଖଣ୍ଡପଡା ବ୍ଲକ ର କୋସକା ପଚାୟତ ର ଅଳାପଟା ଗ୍ରାମରେ ଯୋଗୀ ଯୋଗିଆଣୀ ବୌଦ୍ଧ ପୀଠଟି ଅବହେଳିତ ହୋଇ ପଡ଼ିରହିଛି,ଓଡିଶା ସରକାର ଙ୍କ ଦ୍ଵାରା ପଯ୍ୟଟନ ସ୍ଥଳୀ ମାନ୍ୟତା ପାଇଥିଲେ ମଧ୍ୟ ଏହାର ଭିତିଭୂମି ବିକାଶ ସଠିକ ଭାବରେ ହୋଇ ପାରୁନି, ଏହି ପୀଠ ଟି ପୁରାଣ ବର୍ଣିତ ପୀଠ, ଏହି ସ୍ଥାନଟି ପ୍ରାକୃତିକ ସୌଦଯ୍ୟ ଭରପୁର ହୋଇରହିଥିବାରୁ ବାହାରୁ ବହୁ ସଂଖ୍ୟା ରେ ପଯ୍ୟଟନ ମାନେ ଭୋଜିଭାତ କରି ଆସୁଥିଲେ ମଧ୍ୟ ପୀଠ ରେ ପାନୀୟ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରାତ୍ରି ଯାପନ କରିବା ପାଇଁ ଘର ଟିଏ ନଥିବା ଯୋଗୁ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହି ପୀଠରେ ଜାନୁୟାରୀ ମାସ ୧ତାରିଖ ଦିନ ବିଶ୍ଵଶାନ୍ତି ମହାଯଜ୍ଞ,ଅନୁଷ୍ଠିତ ହେଉଛି, ଏହି ଯଂଜ୍ଞ ରେ ବାହାରୁ ଶ୍ରଦ୍ଧାଳୁ ମାନେ ଦେଖିବାକୁ ଆସିଥାନ୍ତି, ଯଂଜ୍ଞ ପୂର୍ବରୁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସହିତ କଲ୍ୟାଣୀ ମଣ୍ଡପ ଟି ତୁରନ୍ତ ଶେଷ କରିବାକୁ ଅଂଚଳ ବାସୀ ଦାବୀ କରିଛନ୍ତି



Visitors Today : 1
Total Visitors : 130301
Total Views : 9891804
Visitors Online Now : 0