ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସାଉରିଆ ଗ୍ରାମପଞ୍ଚାୟତ କୁଆପଦା ଗ୍ରାମର ଆରଧ୍ୟ ଠାକୁର ବାବା ବଣି ବକ୍ରେଶ୍ୱର ଦେବଙ୍କର ମେଳଣ କରନା କଟକଣା ମଧ୍ୟରେ ପାଳନ ହୋଇଯାଇଛି ।ଠାକୁରଙ୍କର ନୀତିକାନ୍ତି ପରମ୍ପରା ଅନୁଯାଇ ପାଳନ ହୋଇଥିଲା।ଏଠାରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଏହି ମେଳଣ ଅନୁଷ୍ଠିତ ହୋଇଥାଏ । ଗତବର୍ଷ ଭଳି ମେଳଣରେ ସମ୍ଫୂର୍ଣ୍ଣ କଟକଣା ଜାରି କରିଛି ସ୍ଥାନୀୟ ପ୍ରସାସନ । ସ୍ଥାନୀୟ ପ୍ରଶାସନର ନିର୍ଦ୍ଧେଶ କ୍ରମେ ଠାକୁରଙ୍କର ପୂଜା ରୀତିନୀତି କମ ସଂଖ୍ୟକ ଭକ୍ତମାନକୁ ନେଇ କରାଯାଇଛି ।ପ୍ରତି ବର୍ଷ ମେଣ୍ଢା ଲଢେଇ,ଭଜନ ସନ୍ଧ୍ୟା ଆଦି ସାସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଦୋକାନ ବଜାର ବସିଥାଏ କିନ୍ତୁ ଚଳିତ ବର୍ଷ ଏହି ସବୁ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ବନ୍ଦ କରିଥିଲା ।ବାବା ବଣିବକ୍ରେଶ୍ୱର ଦେବଙ୍କର ମେଳଣ ଡେଲାଙ୍ଗ ଅଞ୍ଚଳର ଏକ ପ୍ରମୁଖ ପୁରାତନ ମେଳଣ ଅଟେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0