ଜଳେଶ୍ୱର କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀକୁ ନେଇ ଜଳେଶ୍ବରରେ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି।ଏହା ଜଳେଶ୍ୱର ଗ୍ୟାରେଜ ବଜାର ଠୁ ଆରମ୍ଭ କରି ଜଳେଶ୍ୱର ବଡ଼ ବଜାର ପର୍ଯ୍ୟନ୍ତ ବିଶାଳ ରାଲି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଟାଉନ ହଲ ପଡ଼ିଆରେ ଏକ ସଭା ଆୟୋଜନ କରିଥିଲେ।ଏହା ସହ କେନ୍ଦ୍ର ପକ୍ଷରୁ ତିନୋଟି କୃଷି ଆଇନ ପ୍ରତିହାର କରିବା ନେଇ କିଷାନ ବିଜୟ ଦିବସ ମଧ୍ୟ ପାଳନ କରିଛନ୍ତି। ସମସ୍ତ ସାମଗ୍ରୀର ଅହହେତୁକ ଦରଦାମ ବୃଦ୍ଧି ,ମମିତା ମେହେରଙ୍କୁ ନ୍ୟାୟ, ପୁଞ୍ଜିପତି ମାନଙ୍କୁ ପୋଷିଭ ଭଳି ବିଭିନ୍ନ ପ୍ରସଙ୍ଗରେ ବଖାଣି ଥିଲେ।ଏହି ଅଭିଯାନରେ AICC ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାର ଯୋଗ ଦେଇଥିଲେ ତାଙ୍କ ସହ ଓଡିଶା ମିଡ଼ିଆ ସେଲ ସତ୍ୟପ୍ରକାଶ ନାୟକ,ପୂର୍ବତନ PCC ସଭାପତି ଜୟଦେବ ଜେନା,ଶରତ ପଟ୍ଟନାୟକ ସହ ଜିଲ୍ଲା ସ୍ତରୀୟ ନେତା ମାନେ ରହିଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0