spot_img

କଙ୍ଗନା ଜଣେ ପାଗଳ ଝିଅ : ଶିଖ୍ ସମ୍ପ୍ରଦାୟ

ବଲିଉଡର ପଙ୍ଗା ଗର୍ଲ କଙ୍ଗନା ରାଣାୱତ୍ ତାଙ୍କ ବିବାଦୀୟ ବୟାନ ହେତୁ ଏବେ ଚର୍ଚ୍ଚାରେ। ସେ ସୋସିଆଲ ମିଡିଆରେ କିଛି ସେୟାର କରିବା ପୂର୍ବରୁ ପ୍ରଥମେ ଭାବନ୍ତି ନାହିଁ । ଏବେ ଚାଷୀଙ୍କୁ ଖଲିସ୍ତାନୀ କହିଥିବାକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଇନଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ଏହି ଅଭିଯୋଗ ଆଣିଛି। କମିଟି ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ରାଣାୱତଙ୍କ ବିରୋଧରେ ମନ୍ଦିର ମାର୍ଗ ପୋଲିସ ଷ୍ଟେସନର ସାଇବର ସେଲରେ ଅଭିଯୋଗ କରାଯାଇଛି। କମିଟି କହିଛି ଯେ ସୋସିଆଲ ମିଡିଆରେ ନିଜର ଏକ ପୋଷ୍ଟରେ ରଣାୱତଙ୍କ ଚାଷୀଙ୍କ ବିରୋଧକୁ ‘ଖଲିସ୍ତାନୀ ଆନ୍ଦୋଳନ’ ବୋଲି କହିଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ ଅଭିନେତ୍ରୀ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ତଥା ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ବିବୃତ୍ତି ଅନୁଯାୟୀ, ଏହି ପୋଷ୍ଟଟି ଜାଣିଶୁଣି କରାଯାଇଛି ଏବଂ ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେବା ପାଇଁ ଅପରାଧିକ ଉଦ୍ଦେଶ୍ୟରେ ସେୟାର କରାଯାଇଛି। ତେଣୁ, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଏହି ଅଭିଯୋଗ ପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

LEAVE A REPLY

Please enter your comment!
Please enter your name here

- Advertisment -

Most Popular