ବଡଦିନ ପରେଡ୍ ବେଳେ ଅଘଟଣ। ଲୋକଙ୍କ ଉପରେ ମାଡିଗଲା ଏସ୍ୟୁଭି କାର୍। ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ରବିବାର ଆମେରିକାର ୱିଜ୍କନ୍ସିନ୍ରେ ଘଟିଛି ଏଭଳି ଦୁର୍ଘଟଣା। ଖ୍ରୀଷ୍ଟମାସ ପୂର୍ବରୁ ବିଭିନ୍ନ ଦେଶରେ ଆରମ୍ଭ ହୋଇଗଲାଣି ସେଲିବ୍ରେସନ । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ବି ଚାଲିଥିଲା ନାଚଗୀତ । ଖ୍ରୀଷ୍ଟମାସ ପରେଡ୍ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍ଗୁଲ୍ ହୋଇ ସେଲିବ୍ରେସନ କରୁଥିଲେ । ହେଲେ ହଠାତ୍ ମାଡି ଆସିଲା ମୃତ୍ୟୁର ଦାନବ । କେହି କିଛି ବୁଝିବା ପୂର୍ବରୁ ଆଖ ଆଗରେ ଚାଲିଗଲା ଅନେକ ନୀରିହ ଜୀବନ । ରବିବାର ଅପରାହ୍ଣ ୪.୩୦ରେ ଭୋକେଶାର ମିଲ୍ୱୌକିରେ ଏହି ଦୁର୍ଘଟଣା ଘଟିଛି। ଏହି ବାର୍ଷିକ ସମାରୋହ ଦେଖିବା ପଶଇଁ ବଡ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ଏହି ବଡଦିନ ପରେଡ୍ ଚାଲିଥିବା ବେଳେ ମୁଖ୍ୟ ସଡକର ପଶ୍ଚିମ ଦିଗରୁ ଏକ ଲାଲ ରଙ୍ଗର ଏସ୍ୟୁଭି କାର୍ ଦ୍ରୁତ ଗତିରେ ବ୍ୟାରିକେଡ୍ ଭାଙ୍ଗି ମାଡି ଆସିଥିଲା। ଉକ୍ତ ଗାଡିଟି ଭିଡ ଭିତରେ କିଛି ଲୋକଙ୍କୁ ଦଳି ଦେଇଥିବା ବେଳେ ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ଧକ୍କା ଦେଇଥିବା ପୁଲିସ ସୂଚନା ଦେଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0