ଆଜି ଏକ ବିଶେଷ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ବାୟୁସେନାର ବିଚକ୍ଷଣ ପାଇଲଟ୍ ‘ଗ୍ରୁପ୍ କ୍ୟାପ୍ଟେନ୍’ ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀରଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ୨୦୧୯ ଫେବ୍ରୁଆରିରେ ଅଭିନନ୍ଦନ ବାଲାକଟ୍ ଆକାଶରେ ପାକିସ୍ତାନ ଲଢୁଆ ବିମାନର ‘ଏଫ୍-୧୬’ ଗୁଳି ମାରି ଖସାଇ ଦେଇଥିଲେ। ପାକିସ୍ତାନ ଅଧିକୃତ କଶ୍ମୀରରେ ସେ ଗୋଟାଏ ‘ଏଫ୍-୧୬’କୁ ଗୁଳି ମାରି ଖସାଇ ଦେବା ପରେ ପାକିସ୍ତାନୀ ସୈନିକମାନେ ମଧ୍ୟ ଅଭିନନ୍ଦନ ଚଳାଉଥିବା ବିମାନକୁ ଖସାଇ ତାଙ୍କୁ ଧରି ନେଇଥିଲେ। ସେତେବେଳେ ସେ ଥିଲେ ୱିଙ୍ଗ୍ କମାଣ୍ଡର୍। ୨୦୧୯ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ବାୟୁସେନା ଆକ୍ରମଣକୁ ପଣ୍ଡ କରିବାରେ ଭୂମିକା ନେଇଥିବା ଅଭିନନ୍ଦନଙ୍କ ‘ୟୁନିଟ୍ ୫୧ ସ୍କ୍ବାଡ୍ରନ୍’କୁ ମଧ୍ୟ ‘ୟୁନିଟ୍ ସାଇଟେସନ୍’ (ପ୍ରଶସ୍ତିପତ୍ର) ମିଳିଥିଲା। ‘ଏଫ୍-୧୬’ ଲଢୁଆ ବିମାନକୁ ଗୁଳି ମାରି ଖସାଇବାରେ ଏକମାତ୍ର ‘ମିଗ୍-୨୧’ ପାଇଲଟ୍ ହେଉଛନ୍ତି ଅଭିନନ୍ଦନ। ପୂର୍ବରୁ ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ‘ଗ୍ରୁପ୍ କ୍ୟାପ୍ଟେନ୍’ ପାହ୍ୟାକୁ ଉନ୍ନତୀ କରିଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0