ପାକିସ୍ତାନର ମିଡିଆ ଅଥରିଟି ଅନୁଯାୟୀ ଶୁକ୍ରବାର ଦିନ ଟିକଟକ୍ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥର ଚାରି ମାସ ପରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଚୀନ୍ର ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ନିୟନ୍ତ୍ରଣ କରିବ ବୋଲି ଆଶ୍ୱାସନା ଦେବା ପରେ ଏହି ପ୍ରତିବନ୍ଧକ ହଟାଯାଇଛି। ଅକ୍ଟୋବର ୨୦୨୦ରେ କିଶୋର ଏବଂ ଯୁବକ ଯୁବତୀମାନଙ୍କ ମଧ୍ୟରେ ଲୋକପ୍ରିୟ ଟିକ୍ଟକ୍କୁ ପ୍ରଥମେ ପାକିସ୍ତାନରେ ନିଷିଦ୍ଧ କରିଥିଲା। ଏହାକୁ ନେଇ କହିଛି ଯେ ଆପରେ ଥିବା ବିଷୟବସ୍ତୁକୁ ନେଇ ଏହା ଅନୈତିକ, ଅଶ୍ଳୀଳ ଯୋଗୁଁ ଅଭିଯୋଗ ହୋଇଥିଲା। ଗତ ୧୫ମାସ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ପାକିସ୍ତାନର ଟେଲି ଯୋଗାଯୋଗ କର୍ତ୍ତୃପକ୍ଷ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇଲେ ଓ ହଟାଇଲେ। ଟ୍ୱିଟରର ଏକ ବିବୃତ୍ତିରେ କହିଛନ୍ତି ଯେ ଟିକଟକ୍ ପାକିସ୍ତାନକୁ ନିଶ୍ଚିତ କରିଛି ଯେ ଏହା ବେଆଇନ ବିଷୟବସ୍ତୁ ଅପଲୋଡ୍ କରୁଥିବା ଉପଭୋକ୍ତା ଉପରେ ଅବରୋଧ କରିବ। ଚୀନର ବାଇଟଡାନ୍ସ କମ୍ପାନୀର ଏହି ଆପ୍ ପାକିସ୍ତାନରେ ପ୍ରାୟ ୩,୯ କୋଟି ଥର ଡାଉନଲୋଡ୍ ହୋଇଛି। ଗତ କିଛି ବର୍ଷ ଧରି ପାକିସ୍ତାନ ଫେସବୁକ୍ ଏବଂ ଟ୍ୱିଟରକୁ ସେମାନଙ୍କର ବିଷୟବସ୍ତୁକୁ ନେଇ ଶହ ଶହ ଅଭିଯୋଗ ପଠାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0