ଥମୁନି ବିବାଦ। ଚାଲିଛି ଆରୋପ ପ୍ରତ୍ୟାରୋପ। ପୁଣି ଏନ୍ସିବି ଜୋନାଲ ହେଡ୍ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ଏନ୍ସିପି ନେତା ନୱାବ ମଲିକ। ଗତ କିଛି ଦିନ ହେବ ସମୀର ୱାଙ୍ଖଡେଙ୍କ ବିରୋଧରେ ନବାବ ମଲିକ ଲଗାତର ଅଭିଯୋଗ ଆଣୁଛନ୍ତି। ଏହାରି ଭିତରେ ଏବେ ପୁଣି ଥରେ ନୱାବ ମଲିକ ଟ୍ୱିଟ କରି ସମୀର ୱାଙ୍ଖଡେଙ୍କୁ ଏବେ ଏକ ନୂଆ ଢ଼ଙ୍ଗରେ ଟାର୍ଗେଟ୍ କରିଛନ୍ତି। ନୱାବ ମଲ୍ଲିକ ରବିବାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ଟ୍ୱିଟ୍ କରି ସେ ଲେଖିଛନ୍ତି, ‘କବୁଲ ହୈ, କବୁଲ ହୈ, କବୁଲ ହୈ….ୟେ ତୁନେ କ୍ୟା କିୟା ସମୀର ଦାଉଦ୍ ୱାଙ୍ଖଡେ?’ ନବାବ ମଲିକଙ୍କ ଟ୍ୱିଟ କରିଥିବା ଏହି ଫଟୋରେ କ୍ୟାପ ପିନ୍ଧିଥିବା ଜଣେ ବ୍ୟକ୍ତି ଏକ କାଗଜରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିଛି। ନୱାବ ମଲ୍ଲିକଙ୍କ ଅନୁଯାୟର ଏହି ଫଟୋରେୋ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ସମୀର ୱାଙ୍ଖଡେ। ସମୀରଙ୍କ ଏହା ମୁସଲିମ ବିବାହ ବେଳର ଫଟୋ ବୋଲି ଏନ୍ସିପି ନେତା ଦାବି କରିଛନ୍ତି।



Visitors Today : 1
Total Visitors : 130784
Total Views : 9900022
Visitors Online Now : 0