ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏବେଠୁ କେଉଁ ଆସନରେ ସେ ନିର୍ବାଚନ ଲଢିବେ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଅମରିନ୍ଦର ନିଜର ଗଢ ପଟିଆଲାରୁ ବିଧାନସଭା ନିର୍ବାଚନ ଲଢିବେ ବୋଲି ରବିବାର ନିଜର ଫେସବୁକ ପେଜରେ ସୂଚନା ଦେଇଛନ୍ତି। କ୍ୟାପଟେନ୍ ଲେଖିଛନ୍ତି, ମୁଁ ପଟିଆଲାରୁ ନିର୍ବାଚନ ଲଢିବି। ଗତ ୪୦୦ ବର୍ଷ ଧରି ପଟିଆଲା ଆମ ସହିତ ରହିଛି। ମୁଁ ଏହାକୁ ସିଦ୍ଧୁଙ୍କ କାରଣରୁ ଛାଡି ପାରିବି ନାହିଁ। ପଟିଆଲ ସର୍ବଦା କ୍ୟାପଟେନ ପରିବାରଙ୍କ ଗଢ ରହି ଆସିଛି। ଅମରିନ୍ଦର ଖୋଦ୍ ଏହି ଆସନରୁ ୪ ଥର ନିର୍ବାଚନ ଜିତିଛନ୍ତି। କ୍ୟାପଟେନ୍ ନିର୍ବାଚନ ଲଢିବାକୁ ଘୋଷଣା କରିବା ସହିତ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି। ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ପରିତ୍ୟାଗ କରି ସାରିଛନ୍ତି। ସେ ନୂତନ ଦଳ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଛନ୍ତି। କେବଳ ଏତିକି ନୁହେଁ ବିଜେପି ସହ ମିଶି କାମ କରିବା କହି ପଦ୍ମ ଧରିବାର ସଙ୍କେତ ମଧ୍ୟ ଦେଇ ସାରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0