ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ନିଆଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବେଢା ପରିକ୍ରମା କରି ମା ବିମଳା, ମା ମହାଲକ୍ଷ୍ମୀ ଓ ବଟ ଗଣେଶଙ୍କୁ ଦର୍ଶନ କରିଥିଲେ । ଏହା ସହିତ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ତେବେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଭାବବିହ୍ୱଳ ହୋଇପଡିଛନ୍ତି |



Visitors Today : 2
Total Visitors : 130168
Total Views : 9891613
Visitors Online Now : 0