ମହାପୁରୁଷ ମହମ୍ମଦ ଏବଂ ପବିତ୍ର ଧାର୍ମିକ ବ୍ୟକ୍ତିତ୍ବମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଶାସ୍ତି ଦେବା ଲାଗି ଧର୍ମନିନ୍ଦା ନିରୋଧୀ ଆଇନ ପ୍ରବର୍ତ୍ତନ କରିବା ଲାଗି ରବିବାର ଦିନ ‘ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ୍ ଲ’ ବୋର୍ଡ’ (ଏଆଇଏମ୍ପିଏଲ୍ବି) ଦାବି କରିଛି। ଏହାଛଡ଼ା, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ‘ୟୁନିଫର୍ମ ସିଭିଲ୍ କୋଡ୍’ ଲାଗୁ କରିବା ପାଇଁ ଉଦ୍ୟମ ନ କରିବାକୁ ମଧ୍ୟ ବୋର୍ଡ ସରକାରଙ୍କୁ ନିବେଦନ କରିଛି। ସାମ୍ପ୍ରଦାୟିକ ଏବଂ ଘୃଣ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ଗୁଡ଼ିକ ଉପରେ କଟକଣା ଜାରି କରିବା ସହ ଦୁର୍ବୃତ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଲାଗି ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟାପାରରେ ନିଷ୍ପତ୍ତିମୂଳକ ପଦକ୍ଷେପ ନେଉଥିବା ଉପରୋକ୍ତ ରକ୍ଷଣଶୀଳ ସଙ୍ଗଠନ ସରକାରଙ୍କୁ ଅନୁରୋଧ କରିଛି। ମହାପୁରୁଷ ମହମ୍ମଦଙ୍କ ମହାନତାକୁ ପ୍ରଣମ୍ୟ ହିନ୍ଦୁ, ଶିଖ୍ ଏବଂ ଅନ୍ୟ ଅଣ-ମୁସଲମାନ ପଣ୍ଡିତମାନେ ସ୍ବୀକୃତି ଦେଇଥିବା ଉକ୍ତ ପ୍ରସ୍ତାବନାରେ ଉଲ୍ଲେଖ ଅଛି। ସେହିପରି, ଇସ୍ଲାମ୍ ଧର୍ମବାଣୀ ଅନୁସାରେ, ମୁସଲମାନମାନେ ମଧ୍ୟ ଅନ୍ୟ ଧର୍ମର ସମ୍ମାନୀୟ ବ୍ୟକ୍ତିତ୍ବଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ପରିହାର କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0