ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ ଅଭିନେତାରୁ ରାଜନେତା ପାଲଟିଥିବା କମଲ୍ ହାସନ। ନିକଟରେ ଆମେରିକାରୁ ଫେରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତା ତଥା ନେତା କମଲ ହାସନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। କୁହାଯାଉଛି ଯେ, ଆମେରିକାରୁ ଫେରିବା ପରେ ତାଙ୍କୁ ଅଳ୍ପ କାଶ ହେଉଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ କମଲଙ୍କ ଟିମ୍ ସୂଚନା ଦେଇଛନ୍ତି। ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଆଇସୋଲେସନ୍ରେ ଅଛନ୍ତି। ସାଉଥର ସୁପରଷ୍ଟାର ଓ ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି କମ୍ଲ ହାସନ। ସେ ସାଉଥ ଫିଲ୍ମ ବ୍ୟତୀତ ବଲିଉଡର ଅନେକ ଫିଲ୍ମରେ ମଧ୍ୟ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ପରେ ଏବେ ସେ ରାଜନୀତିରେ ମଧ୍ୟ ଯୋଗ ଦେଇଛନ୍ତି। କମଲ୍ ହାସନ୍ ଟ୍ୱିଟ୍ କରି କହିଛନ୍ତି, ‘ଆମେରିକାରୁ ଫେରିବା ପରେ ମୋର ସାମାନ୍ୟ କାଶ ହୋଇଥିଲା। ପରୀକ୍ଷା ପରେ, ମୁଁ କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଲି। ମୁଁ ଏବେ ଆସୋଲେସନ୍ରେ ଅଛି। ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି ଏବେ ଜଣାପଡିଲା। ମୁଁ ସମସ୍ତଙ୍କୁ ନିରାପଦରେ ରହିବାକୁ ଅନୁରୋଧ କରୁଛି।’



Visitors Today : 3
Total Visitors : 130169
Total Views : 9891615
Visitors Online Now : 0