ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ଗ୍ରାମ ପଂଚାୟତର ଗୋଛାବାରୀ ଟାଙ୍ଗିରି ପାହାଡ ଠାରେ ନୂତନ ଶିବ ଲିଙ୍ଗ ପ୍ରତିଷ୍ଠା ଉତ୍ସବ ଧୂମଧାମ ରେ ପାଳିତ ହେଉଛି, ପ୍ରାକୃତିକ ବଣ ଜଙ୍ଗଲ ଘେରା ଆଦିବାସୀ ଅଂଚଳ ଭାବେ ଜଣାଶୁଣା, ଏହି ଅଂଚଳ ରେ ଶିବ ଲିଙ୍ଗ ପ୍ରତିଷ୍ଠା ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧକ୍ଷ ଶେଷ ଦେବ ସ୍ୱାଇଁ, ସାଂସଦ ଜ଼ିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ସାଂସଦ ବ୍ଲକ ପ୍ରତିନିଧି ବଳରାମ ମହାନ୍ତି, ଗିରିଶ ଚନ୍ଦ୍ର ମିଶ୍ର, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ସହିତ ଅଂଚଳ ବାସୀ ଉପସ୍ଥିତ ଥିଲେ, ସାଧୁମେଳା, ସୂର୍ୟ୍ୟ ପୂଜା, ଗୋପୂଜା, ନାମ ସଂକ୍ରିତନ, କଳସ ଶୋଭା ଯାତ୍ରା, ଭଂଜନ ପ୍ରବଚନ ଓ ସାଧୁବାଣି ଆଦି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କଳସ ଶୋଭା ଯାତ୍ରା ରେ ପ୍ରାୟ ବହୁ ସଂଖ୍ୟା ରେ ଲୋକ ମାନେ ସମାଗମ ହୋଇଥିଲା, ମହାନଦୀ ରୁ ଜଳ ସଂଗ୍ରହ କରି ଘଟ ସ୍ଥାପନ କରିଥିଲେ,ସାନ୍ଧ୍ୟ ରେ ପୂର୍ଣ୍ଣାହୁତି ହୋଇଥିଲା,, ଦୁଇ ଦିନ ଏହି ଅଂଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା, ସର୍ବଭାରତୀୟ ସାଧୁ ସନ୍ଥ ସମିଳନୀ ରେ ସଂଗଠନ ର ସଭାପତି ସନ୍ଥ ସେବକ ଭକ୍ତ ପ୍ରଭୁଜୀ ଲଳିତ ଦାସ ଙ୍କ ମାଗ ଦର୍ଶକ ରେ ବଡ଼ସିଲିଙ୍ଗା ଗ୍ରାମବାସୀ ଓ ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ କମିଟି ପ୍ରତେକ୍ଷ ତୋତାଵଧାନରେ ଅନୁଷ୍ଠିତ ହୋଇଯାଇଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0