ବିଗ୍ ବସ୍ ଫେମ୍ ଅର୍ଶୀ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ କାର ଦୁର୍ଘଟଣାରେ ଅଭିନେତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଦିନ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଶୁଟିଂ ପାଇଁ ଅର୍ଶୀ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ତାଙ୍କ ସହକାରୀ ମଧ୍ୟ ତାଙ୍କ ସହିତ ଥିଲେ। ଦୁର୍ଘଟଣା ଘଟିଥିବା ବେଳେ ସେ ତାଙ୍କ ମର୍ସିଡିଜ କାରରେ ଥିଲେ। ଦିଲ୍ଲୀର ମାଲଭିଆ ନଗର ନିକଟ ଶିବଲିକ୍ ରୋଡରେ ଏହି ଦୁର୍ଘଟଣାଟି ଘଟିଛି। କୁହାଯାଉଛି ଯେ କାରଟି ଧକ୍କା ହେବା ମାତ୍ରେ ଏୟାରବ୍ୟାଗ ଖୋଲିଯାଇଥିଲା ଯାହା ତାଙ୍କୁ ଗୁରୁତର ଆଘାତରୁ ରକ୍ଷା କରିଛି। ତେବେ ଛାତିରେ ଯନ୍ତ୍ରଣା ହେଉଥିବା ଯୋଗୁ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ‘ବିଗ୍ ବସ୍’ର ୧୧ ସିଜିନରୁ ଅର୍ଶୀ ପ୍ରଥମେ ୨୦୧୭ ରେ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ବିଗ୍ ବସ୍ ୧୪ ରେ ଏକ ଚ୍ୟାଲେଞ୍ଜର୍ ଭାବରେ ନଜର ଆସିଥିଲେ। ଶୋ’ରୁ ବାହାରିବା ମାତ୍ରେ ଅର୍ଶୀ ନିର୍ଦ୍ଦେଶକ ଦୁଶାନ୍ତ ସିଂଙ୍କ ଫିଲ୍ମ ‘ତ୍ରାହିମାମ’ର ଅଫର ପାଇଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0