spot_img

୫ରେ ପୁଟିନଙ୍କ ଭାରତ ଗସ୍ତ

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ଆମେଥିଠାରେ ପ୍ରସ୍ତାବିତ କାଲାସନିକୋଭ କାରଖାନା ପ୍ରତିଷ୍ଠା । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ଏସ-୫୦୦ ଓ ଏସ-୫୫୦ ସାମ୍ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇପାରେ । ଏ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ । ଏହି ପ୍ରସ୍ତାବରେ ଭାରତ ରାଜି ହେଲେ ଏସ-୫୦୦ ଓ ଏସ-୫୫୦ ପାଇବାରେ ଭାରତ ହେବ ବିଶ୍ବର (ଋଷିଆ ପରେ) ପ୍ରଥମ ଦେଶ । ପୁଣି ଏହି ଅତ୍ୟାଧୁନିକ ସିଷ୍ଟମକୁ କେବଳ ଭାରତ ଛଡ଼ା ଆଉ କାହାକୁ ଦେବାକୁ ଋଷିଆ ପ୍ରସ୍ତାବ ଦେଇନାହିଁ । ଏସ-୫୦୦ ଏକ ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଯାହାକି ୬୦୦ କିଲୋମିଟର ଦୂରରୁ ଶତ୍ରର ବାଲିଷ୍ଟିକ ମିସାଇଲ, ହାଇପରସୋନିକ କ୍ରୁଜ ମିସାଇଲ ଓ ବିମାନକୁ ଧ୍ବଂସ କରିବାକୁ ସକ୍ଷମ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular