ପଞ୍ଜାବ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ଜଳନ୍ଧରଠାରେ ଅଟୋ ଏବଂ କ୍ୟାବ ଚାଳକମାନଙ୍କ ସହିତ ଏକ ବୈଠକ କରିଥିଲେ। ଉକ୍ତ ବୈଠକରେ ପ୍ରଶ୍ନୋତ୍ତର ସମୟରେ ଦିଲୀପ ତିୱାରୀ ନାମକ ଜଣେ ଅଟୋ ଚାଳକ ଛିଡ଼ା ହୋଇ କେଜ୍ରିୱାଲଙ୍କୁ ତାଙ୍କ ଘରେ ଖାଇବାକୁ ଅନୁରୋଧ କରିଥିଲେ। ଦିଲୀପ ତାଙ୍କ ନିଜ ଅଟୋରେ ସେମାନଙ୍କୁ ଘରକୁ ନେଇଯିବେ ବୋଲି କହିଥିଲେ। ଏଥିରେ କେଜ୍ରୱାଲ ତୁରନ୍ତ ରାଜି ହୋଇଯାଇଥିଲେ। ସୋମବାର ରାତିରେ ହିଁ ତାଙ୍କ ଘରେ ଖାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହ ଭଗୱନ୍ତ ମାନ ଏବଂ ହରପାଲ ସିଂହ ଚିମା ଯିବେ ବୋଲି କହିଥିଲେ। ଅଟୋରେ ତାଙ୍କ ଘରେ ପହଞ୍ଚିବା କେଜ୍ରିୱାଲ କିଛି ଉପହାର ଦେଇଥିଲେ। ଏହାପରେ ଖାଇଥିଲେ। ଖାଇବା ପରେ କେଜ୍ରିୱାଲ ଏକ ଟ୍ବିଟ୍ କରିଛନ୍ତି। ତାଙ୍କୁ ଦିଲୀପଙ୍କ ପରିବାର ଅତି ସ୍ବାଦିଷ୍ଟ ଖାଦ୍ୟ ଦେଇଛନ୍ତି ବୋଲି କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0