spot_img

ସହିଦ୍ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଲଓ୍ବାନ ସଂଘର୍ଷରେ ସହିଦ ସୈନିକମାନଙ୍କୁ ବୀରତ୍ବ ସମ୍ମାନରେ ସମ୍ମାନିତ କରିଛନ୍ତି । ଗଲଓ୍ବାନ ହିରୋ ସହିଦ୍ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯାଇଛି । ଓଡ଼ିଆ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ବୀରଚକ୍ର ପ୍ରଦାନ କରାଯାଇଛି । ଗଲଓ୍ବାନ ସଂଘର୍ଷ ବେଳେ କର୍ଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାଦଳର ନେତୃତ୍ବ ନେଇ ଅତୁଳନୀୟ ବୀରତ୍ବ ପ୍ରଦର୍ଶନ କରିଥିଲେ । ତାଙ୍କ ପତ୍ନୀ ବିକୁମାଲା ସନ୍ତୋଷୀ ଓ ମାତା ବିକୁମାଲା ରାଷ୍ଟ୍ରପତିଙ୍କ ପକ୍ଷରୁ ମହାବୀର ଚକ୍ର ଗ୍ରହଣ କରିଛନ୍ତି । ଓଡ଼ିଆ ଯବାନ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ପତ୍ନୀ ବୀରଚକ୍ର ଗ୍ରହଣ କରିଛନ୍ତି । ସେହିପରି ଗଲଓ୍ବାନ ସଂଘର୍ଷ ବେଳେ ସହିଦ ହୋଇଥିବା ହାବଲଦାର କେ.ପଲାନି, ସିପାହୀ ଗୁରୁତେଜ ସିଂ ଓ ନାଏକ ଦିପକ ସିଂଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି । ୨୦୨୦ ଜୁନ ୧୫ରେ ହୋଇଥିବା ଗଲଓ୍ବାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular