spot_img

ବୁଲଗେରିଆରେ ଭୟଙ୍କର ଦୁର୍ଘଟଣା

ମଙ୍ଗଳବାର ପଶ୍ଚିମ ବୁଲଗେରିଆର ଏକ ରାଜପଥରେ ଅଭାବନୀୟ ଘଟଣା । ଉତ୍ତର ମାକେଡୋନିଆର ପ୍ଲେଟ ନେଇ ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ହେବାରୁ ଅତି କମରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଅଗ୍ନିଶମ ବିଭାଗର ମୁଖ୍ୟ ନିକୋଲାଇ ନିକୋଲୋଭ ଘରୋଇ ଟିଭି ଟେଲିଭିଜନକୁ ଏନେଇ ସୂଚନା ଦେଇଛନ୍ତି ଯେ, “ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି ।
ନିକୋଲୋଭ କହିଛନ୍ତି ଯେ ଏକ ବସରେ କୌଣସି କାରଣରୁ ନିଆଁ ଲାଗିଯିବାପୁ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିଲା । ବସଟିର ନିଆଁକୁ ଆୟତ୍ତ କରାଯାଇଛି । ସେ କହିଛନ୍ତି, “ଦୁର୍ଘଟଣାଟି ପ୍ରୟା ବିଳମ୍ୱିତ ରାତିରେ ଘଟିଥିଲା । ଦୁର୍ଘଟଣା ପରେ ସେହି ସ୍ଥାନକୁ ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular