ନିର୍ବାଚନ ପୂର୍ବରୁ ବିଜେପିର ହେଭିଓ୍ବେଟ୍ ନେତା ତ୍ରିବେନ୍ଦ୍ର ସିଂହ ରାଓ୍ବତ କଂଗ୍ରେସ ନେତା ହରୀଶ ରାଓ୍ବତଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭେଟକୁ ନେଇ ଉତ୍ତରାଖଣ୍ଡରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି। ଯିଦିଓ ଏହି ଭେଟଘାଟ ସୌଜନ୍ୟମୂଳକ ଥିଲା ବୋଲି ତ୍ରିବେନ୍ଦ୍ର ସିଂହ ରାଓ୍ବତ କହିଛନ୍ତି କିନ୍ତୁ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କ ସହ ସାକ୍ଷାତକୁ କେହି ସହଜରେ ହଜମ କରିପାରୁନାହାନ୍ତି। ମିଳିଥିବା ସୂଚନା ଅନୁସାରେ, ସୋମବାର ହରୀଶ ରାଓ୍ବତ କୌଣସି କାର୍ଯ୍ୟରେ ଡିଫେନ୍ସ କଲୋନୀ ଯାଇଥିଲେ। ପରେ ପରେ ତ୍ରିବେନ୍ଦ୍ର ସିଂହ ତାଙ୍କୁ ସାକ୍ଷାତ କରିବାକୁ ସେଠାରେ ପହଞ୍ଚିଯାଇଥିଲେ। ସାକ୍ଷାତକୁ ନେଇ ରାଓ୍ବତ ଟ୍ବଟ କରିଛନ୍ତି, ‘ ଦୀର୍ଘ ଦିନ ପରେ ହରୀଶ ରାଓ୍ବତଙ୍କ ସହ ଭେଟ ହେଲା। କରୋନା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବା ପରେ ସେ ତାଙ୍କର ଷ୍ଟାଇଲ୍ରେ କହିଥିଲେ ମୁଁ ସୁସ୍ଥ ଅଛି।’ ବିଜେପିର ବରିଷ୍ଠ ନେତା ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କଠୁ ମୁଖ୍ୟମନ୍ତ୍ରୀ ଚୌକି ଛଡ଼ାଇ ନେଇ ତୀରଥ ସିଂହ ରାଓ୍ବତଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ ପାର୍ଟି ନେତୃତ୍ବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0