ବଲିଉଡ ଓ ହଲିଉଡର ପପୁଲାର୍ କପଲ ପ୍ରିୟଙ୍କା ଚୋପ୍ରା-ନିକ ଜୋନାସ୍। ଦୁହେଁ ପରସ୍ପର ପ୍ରତି ପ୍ରେମ ବ୍ୟକ୍ତ କରନ୍ତି ଏବଂ ସୋସିଆଲ ମିଡିଆରେ ତାହାର ଝଲକ ଫ୍ୟାନ୍ସଙ୍କୁ ଦେଖାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେଲାପରି ଏକ ଖବର ସାମ୍ନାକୁ ଆସିଛି। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କ ନାମ ଆଗରୁ ସ୍ୱାମୀଙ୍କ ସରନେମ ‘ଜୋନାସ୍’ କୁ ହଟାଇ ଦେଇଛନ୍ତି। ପ୍ରିୟଙ୍କା ଇନଷ୍ଟା ବାୟୋରୁ ସ୍ୱାମୀ ନିକ ଜୋନାସଙ୍କ ସହ ତାଙ୍କ ସରନେମ ‘ଚୋପ୍ରା’ କୁ ବି ହଟାଇ ଦେଇଛନ୍ତି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏବଂ ପ୍ରଶଂସକ ଏଥିରେ ବିରକ୍ତ ହୋଇ ଟୁଇଟ୍ କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ହୋଇପାରିବ ନାହିଁ ଯେ ନିକ-ପ୍ରିୟଙ୍କାଙ୍କ ବ୍ରେକଅପ୍ ହୋଇଯାଇଛି। ପ୍ରିୟଙ୍କା ଏହା କରିବା ପରଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକ୍ ଏବଂ ପ୍ରିୟଙ୍କାଙ୍କ ସଂପର୍କରେ ବିବାଦ ଦେଖାଦେଇଛି ବୋଲି ଅନୁମାନ କରାଯାଉଛି। ଏପରିକି ଉଭୟ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0