ପ୍ରଥମେ ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ବେଷ୍ଟ ପରେ ମୋବାଇଲ୍ ନମ୍ବର ମାଗିଲା। ଜରୁରୀ ଅଛି ବୋଲି କହି ସ୍କୁଲର ଅବସରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଫସାଇ ନମ୍ବର ବି ନେଇଗଲା। ତାପରେ ଭିଡିଓ କଲ୍ରେ ନିଜେ ନିଜର ପୋଷାକ ଖୋଲି ରେକର୍ଡିଂ କଲା ଯୁବତୀ । ଏହା ପରେ ପୀଡ଼ିତଙ୍କୁ ବାରମ୍ବାର କଲ କରି ଯୁବତୀ ଧମକ ଦେଲା ଯେ ଭିଡିଓ କଲ୍ ରେକର୍ଡିଂ କରିଛି ଟଙ୍କା ନଦେଲେ ଭାଇରାଲ କରିଦେବି। ଏହା ସହ ଅବସରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଦୁଷ୍କର୍ମ ମାମଲାରେ ଫସାଇ ଦେବାକୁ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ। ଏଥିରେ ଅତିଷ୍ଠ ହୋଇ ମୁମ୍ବାଇର ଖାର ଅଞ୍ଚଳରେ ରହୁଥିବା ରିଟାୟର୍ଡ ପ୍ରିନ୍ସିପାଲ୍ ନଭେମ୍ବର ୧୭ ତାରିଖରେ ଥାନାରେ ଏତଲା ଦେଇଛନ୍ତି। ୨୦୦୨ରେ ଅବସର ନେଇଥିବା ପ୍ରନ୍ସିପାଲ୍ ସୋସିଆଲ ମିଡିଆରେ ନିଜର ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ସେମାନଙ୍କ ସହ ପାଠ ଆଲୋଚନା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କରୁଛନ୍ତି। ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ ନଭେମ୍ବର ୧୦ ତାରିଖରେ ତାଙ୍କୁ ଜଣେ ଯୁବତୀ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲେ। ସେ ବ୍ୟୁଟିପାର୍ଲରରେ କାମ କରେ ବୋଲି କହିଥିଲା। ଏହା ସହ ପ୍ରିନ୍ସିପାଲଙ୍କ ସହ କଥା ହେବାକୁ ଇଚ୍ଛା କରିଥିଲା। ପରେ ଅର୍ଜେଣ୍ଟ କଥା ଅଛି ବୋଲି କହି ନିଜର ନମ୍ବର ପୀଡ଼ିତଙ୍କୁ ଦେଇଥିଲା ଯୁବତୀ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0