spot_img

ନଭେମ୍ବର ୨୮ରେ ବସିବ ସର୍ବଦଳୀୟ ବୈଠକ

ସଂସଦର ଶୀତକାଳୀନ ଅଧିଶେନ ନଭେମ୍ବର ୨୯ରେ ଆରମ୍ଭ ହେବାକୁ ଯାଉଛି । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୨୮ ରବିବାର ସର୍ବଦଳୀୟ ବୈଠକ ବସିବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର ସମ୍ଭବନା ରହିଛି । ରବିବାର ପୂର୍ବାହ୍ନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ । ସଂସଦର ଅଦିବେଶନ କେମିତି ସୁରୁଖୁରୁରେ ଚାଲିବ ସେ ନେଇ କେନ୍ଦ୍ର ସରକାର ବିରୋଧୀଙ୍କ ସହ ଆଲୋଚନା କରିବେ । ଏଥର ସଂସଦର ଶୀତକାଳୀନ ଅଧିବେଶନ ପୁଣି ଥରେ ସରଗରମ ହେବାର ସମ୍ଭାବନା ରହିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟାହୃତ ତିନି କୃଷି ଆଇନ ପ୍ରସଙ୍ଗ ସଂସଦରେ ଉଠାଇ ପାରନ୍ତି । ସଂସଦ ବାହାରେ କୃଷକ ଏବଂ ଭିତରେ ବିରୋଧୀ ଦଳ ଏମଏସପି ଉପରେ ଗ୍ୟାରେଣ୍ଟି ଦେବା ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular