କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମସ୍ୟା ମଧ୍ୟରେ ଉବୁଟୁବୁ ହେଉଥିବା ବେଳେ ସୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସୋମବାର ଦିନ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାଲିଥିଲା ବନ୍ଧ୍ୟାକରଣ ଶିବିର । ଏହି ଶିବିରକୁ ବନ୍ଧ୍ୟାକରଣ ନିମନ୍ତେ ମହିଳା ମାନେ ଆସିଥିଲେ । କିନ୍ତୁ ବନ୍ଧ୍ୟାକରଣ ପରେ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବେଡ଼ ଯୋଗାଇ ଦେବା ପରିବର୍ତ୍ତେ ପାଲ ଯୋଗାଇ ଦିଆ ଯାଇଥିଲା । ମହିଳା ମାନେ ସ୍ୱାସ୍ଥ୍ୟକେନ୍ଦ୍ର ଆଉଟଡୋରରେ ତଳେ ଗଡୁଥିବାର ଦେଖିବାକୁ ମିଳିଥିଲା । ଏପରିକି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରୋଗୀ ମାନଙ୍କୁ ବେଡ଼ସିଟ ଟିଏ ମଧ୍ୟ ଦିଆ ଯାଇନଥିଲା । ଅବ୍ୟବସ୍ଥା ସମ୍ପର୍କରେ ମେଡିକାଲ ଇନଚାର୍ଜ ଡାକ୍ତର ଶ୍ଵେତା ନାୟକଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ୍ୟ ସେ ଆମ ଫୋନ ଉଠାଇ ନଥିଲେ ଳ ବିଧାୟକ ପ୍ରତାପ କେଶରୀ ଦେଵଙ୍କ ବାସଭବନରୁ ୨୦୦ମିଟରଦୂରରେ ଥିବା ଆଳି ସ୍ବାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ବିଷୟରେ ତାଙ୍କ ନଜରକୁ ନଆସିବା ବଡ ଦୁଃଖର ବିଷୟ।ଦ୍ବୀପ ତଳ ଅନ୍ଧାର ସଦୃଶ୍ୟ।ଜନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0