ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବେଲପଡା ପାଟଣା ଗ୍ରାମ ପଂଚାୟତ ର ତଇଳା ରାସ୍ତା ଟି ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି, ଅସରାଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମିରହି ପୋଖରୀ ର ଭ୍ରମ ସୃଷ୍ଟି କରୁଛି, ୱାଲିପୁର, ବେଲପଡ଼ାପଟଣା, ବିଜୟନଗର, ଦଶିପୁର, ରାଉତପଡା ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରି ଚଳନ୍ତି, ଏହି ରାସ୍ତା ଦେଇ ଜନସାଧାରଣ ମାନେ ପ୍ରତେକ ଦିନ ଯିବା ଆସିବା କରିବା ସହିତ ବର୍ତମାନ ଜନସାଧାରଣ ମାନେ ସାଇକେଲ ଓ ମଟର ସାଇକେଲ ରେ ଯିବା ଆସିବା କରିପାରୁନାହାନ୍ତି, ଏହି ରାସ୍ତା ଦେଇ ପ୍ରତେକ ଦିନ ରାଜ ନେତା ମାନେ ଯିବା ଆସିବା କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ, ଭୋଟ ସମୟରେ ଦେଖା ମିଳୁଛି, ନେତା ଙ୍କ ଲମ୍ବା ପ୍ରତିଶୃତି ପାଣିର ଗାର ହୋଇ ରହି ଯାଉଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରନ୍ତି, ଏ ବିଷୟରେ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନ ସହିତ ରାଜ ନେତା କୁ ବାରମ୍ବାର ଆପତ୍ତି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି, ରାସ୍ତାଟି ତୁରନ୍ତ ମରାମତି କରିବା ପାଇଁ ଜ଼ିଲ୍ଲା ପ୍ରଶାସନ କୁ ଗ୍ରାମବାସୀ ଙ୍କ ତରଫରୁ ଦାବୀ ଜଣାଇଛନ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0