ଝଲସିଲାଣି ମୋ ସ୍କୁଲ ପରିସର,ନୂଆ ରୂପନେଲାଣି ପୁରୁଣା ବିଦ୍ୟାଳୟ ।ହାଇ ସ୍କୁଲ ରୂପାନ୍ତର ପ୍ରକ୍ରିୟାରେ ହାଇଟେକ ହୋଇଛି ।ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର, ସରକାରୀ ଉଚ୍ଚ ବିଦ୍ୟାଳୟ ,ବେରବୋଇ ସ୍କୁଲ ।ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ସହିତ ଶିକ୍ଷା ପ୍ରତି ଛାତ୍ର ,ଛାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ସ୍ମାର୍ଟ ଶ୍ରେଣୀଗୃହ ,ସ୍ମାର୍ଟ ବୋର୍ଡ,ଇ ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର ସହିତ ପାର୍କ ବ୍ୟବସ୍ଥା ହୋଇଛି ।ଛାତ୍ର ,ଛାତ୍ରୀଙଙ୍କୁ ନୀତିଶିକ୍ଷା ଦେବାପାଇଁ ବିଦ୍ୟାଳୟ ପାଚେରୀରେ ଅନେକ ମହାପୁରୁଷଙ୍କର ଚିତ୍ର ସହିତ ନୀତିବାଣୀକୁ ଚିତ୍ରିତ କରାଯାଇଛି । ଓଡ଼ିଶାରେ ୫ ଞ ଅଧୀନରେ ବଦଳିଛି ସରକାରୀ ଉଚ୍ଚ ବିଦ୍ୟାଳୟ , ବେରବୋଇର ଅନେକ ରୂପରେଖ । ଡେଲାଙ୍ଗ ବ୍ଲକରେ ଚାରି ଗୋଟି ବିଦ୍ୟାଳୟକୁ ୫ ଞରେ ସାମିଲ କରାଯିବା ସହିତ ଏହି ବିଦ୍ୟାଳୟ ଗୁଡିକୁ ଭରଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍ମାର୍ଟ ସ୍କୁଲ ପାଇଁ ଅନେକ ଖୁସି ଅଛନ୍ତି । ସ୍ମାର୍ଟ ହେବେ ସରକାରୀ ବିଦ୍ୟାଳୟର ପିଲା ।ବେସରକାରୀ ସ୍କୁଲ ଭଳି ମିଳିବ ସରକାରୀ ସ୍କୁଲରେ ଅନେକ ସୁବିଧା



Visitors Today : 4
Total Visitors : 130422
Total Views : 9891952
Visitors Online Now : 0