spot_img

ସ୍ତ୍ରୀ ଶବକୁ ପୋଡି ସ୍ୱାମୀ ଗିରଫ

ସ୍ତ୍ରୀର ଶବକୁ ତାଳସାରି ବେଳାଭୂମିରେ ପୋଡି ସ୍ଵାମୀ ଫେରାର । ଯୋଜନାଵଧ ହତ୍ୟା ସନ୍ଧେହରେ ତିନି ଜଣଙ୍କୁ ଉଠାଇ ନେଲା ପୋଲିସ ।ସାଇଣ୍ଟିଫିକ ଟିମ ପହଂଚି ପୋଡ଼ା ଯାଇଥିବା ସ୍ଥଳରୁ ଆରମ୍ଭ କରିଛି ତଦନ୍ତ, ମମିତା ମେହେର ଘଟଣା ନ ନୀଭୂଣୁ ପୁଣି ମହିଳାଙ୍କ ସନ୍ଧେହ ଜଣକ ମୃତୁ ନେଇ ଚର୍ଚାରେ ଭୋଗରାଇ।ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ଏବେବି ସନ୍ଦେହ ଘେରରେ । ପୋଡିବା ଘଟଣାକୁ ନେଇ ସନ୍ଦେହରେ ଗାଁର ୩ଜଣଙ୍କୁ ତାଳସାରି ସାମୁଦ୍ରିକ ଥାନାରେ ଗିରଫ କରି ପୁଲିସ ପଚରା ଉଚରା କରୁଛି ।। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଭୋଗରାଇର ବାଜିତପୁର ପଂଚାୟତ ଅଧୀନ ସାନଚରା ଗାଁରେ । ପ୍ରାୟ ୬ବର୍ଷ ପୂର୍ବରୁ ପଶ୍ଚିମବଙ୍ଗ ଅଂଚଳର ଶିବାଜୀ ନାୟକ ନାମକ ଯୁବକ ଯାଜପୁର ଅଂଚଳରେ କାମ କରୁଥିଲେ । ସେ ଯାଜପୁର ଟାଇନ ଥାନା ଅଧୀନ ବଜେଶ୍ଵର ଗାଁର ସୁରେନ୍ଦ୍ର ପରିଡାଙ୍କ ସାନ ଝିଅ ରାନୁଲତା ( ୨୩ ) ଙ୍କୁ ଭଲପାଇ ଭୋଗରାଇକୁ ନେଇ ପଳାଇ ଆସିଥିଲେ । ତାଙ୍କର ଏକ ୫ବର୍ଷର ଝିଅଟିଏ ମଧ୍ୟ ରହିଛି । ମାତ୍ର ଗତ ଶୁକ୍ରବାର ରାତିରେ ରାନୁଲତା ଆତ୍ମହତ୍ୟା କରିଥିବା କଥା ଶିବାଜୀ ଗାଁର କିଛି ଲୋକଙ୍କୁ କହିଥିଲେ । ପରେ କେତେକଙ୍କ ସହାୟତାରେ ରାତାରାତି ତାଳସାରି ବେଳାଭୂମିକୁ ନେଇ ତାର ସତ୍କାର କରିଥିଲେ । ଘଟଣାର ସୁରାକ ପାଇ ପୁଲିସ ଶବ ସକାରରେ ସାମିଲ ଥିବା ୩ଜଣଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି । ରବିବାର ସନ୍ଧ୍ୟାରେ ଯାଜପୁରରୁ ରାନୁଲତାଙ୍କ ବଡ଼ ଭଉଣୀ ଦିପାଳିନୀ ଥାନାରେ ପହଚି ଥିଲେ । ତେବେ ଶିବାଜୀ ସ୍ତ୍ରୀର ସତ୍କାର ପରେ କୁଆଡେ ଚମ୍ପଟ ମାରିଛନ୍ତି ଓ ସେ ରହୁଥିବା ଘରେ ତାଲା ପଡ଼ିଛି । ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ରହିଛି । ପୁଲିସ ତାଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି । ତେବେ ଦିପାଳିନୀ ଥାନାରେ ପହଂଚି ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ମାତ୍ର ସ୍ଵାମୀ ଶିବାଜୀ ଧରା ନ ପଡିବା ଯାଏଁ ଏହା ହତ୍ୟା ନା ଆତ୍ମହତ୍ୟା ସମସ୍ତଙ୍କୁ ସନ୍ଦେହ ଘେରରେ ପକାଉଛି । ଅପରପକ୍ଷରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ପୁଲିସକୁ ନଜଣାଇ ରାତି ଅଧିଆ ପୋଡି ଦେବା କେତେ ଠିକ ତାହା ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular