ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଫସଲ ନିମନ୍ତେ ‘ସର୍ବନିମ୍ନ ସହାୟକ ମୂଲ୍ୟ’ର (ଏମ୍ପିଏସ୍) ‘ବୈଧାନିକ ଗ୍ୟାରେଣ୍ଟି’ ପାଇଁ ସରକାରଙ୍କୁ ବାଧ୍ୟ କରିବା ଲାଗି ନଭେମ୍ବର ୨୯ ତାରିଖରେ ସଂସଦ ଅଭିମୁଖେ ୬୦ଟି ଟ୍ରାକ୍ଟର୍ ଯାତ୍ରା କରିବେ ବୋଲି ‘ଭାରତୀୟ କିଷାନ୍ ୟୁନିୟନ୍’ର ନେତା ରାକେଶ ଟିକାୟତ କହିଛନ୍ତି। ଗତଥର ୨୦୦ ଲୋକ ଗଲା ପରି ନୁହେଁ, ଏଥର ୧୦୦୦ ଲୋକ ସଂସଦ ଅଭିମୁଖେ ଯାତ୍ରା କରିବେ। ଆମେ ‘ଏମ୍ପିଏସ୍’ ଉପରେ ସରକାରଙ୍କ ଜବାବକୁ ଅପେକ୍ଷା କରିଛୁ। ଏହା ବ୍ୟତିରେକେ, ଗତ ବର୍ଷେ ହେବ ଯେଉଁ ସବୁ ଅଘଟଣ ଘଟି ୭୫୦ କୃଷକଙ୍କର ମୃତ୍ୟୁ ହେଲା ସେଥିପାଇଁ ମଧ୍ୟ ସରକାର ଦାୟୀ ହେବା ଉଚିତ। ସେ କହିଛନ୍ତି, ଟ୍ରାକ୍ଟର୍ଯାତ୍ରାରେ ନଭେମ୍ବର ୨୯ ତାରିଖରେ ୬୦ଟି ଟ୍ରାକ୍ଟର୍ ପାର୍ଲାମେଣ୍ଟ୍ ଅଭିମୁଖେ ଯାତ୍ରା କରିବେ। ସରକାର ଉନ୍ମୁକ୍ତ କରିଥିବା ସଡ଼କ ଦେଇ ଉକ୍ତ ଟ୍ରାକ୍ଟର୍ଗୁଡ଼ିକ ଯାତ୍ରା କରିବେ। ରାସ୍ତା ଅବରୋଧ କରିଛୁ ବୋଲି ଆମ ନାଁରେ ଅଭିଯୋଗ ହୋଇଛି। କିନ୍ତୁ, ଆମେ ରାସ୍ତା ଅବରୋଧ କରି ନ ଥିଲୁ। ରାସ୍ତା ଅବରୋଧ କରିବା ଆମ ଆନ୍ଦୋଳନ ନ ଥିଲା। ସମ୍ଭବତଃ, ସରକାରଙ୍କ ସହ ଆଲୋଚନା କରିବା ଥିଲା ଆମ ଆନ୍ଦୋଳନର ଉଦ୍ଦେଶ୍ୟ। ଆମେ ସିଧାସଳଖ ସଂସଦକୁ ଯିବୁ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0