ସଂସଦରେ ଯେତେବେଳେ ରାଷ୍ଟ୍ରପତି ସମ୍ବୋଧନ କରୁଥିବେ କିମ୍ବା ବିଧାନସଭାରେ ଯେତେବେଳେ ରାଜ୍ୟପାଳ ଅଭିଭାଷଣ ରଖୁଥିବେ ବିଧାୟକମାନେ ହୋହଲ୍ଲା କରିପାରିବେନି। ସେହିପରି ପ୍ରଶ୍ନକାଳରେ ବିଧାୟକମାନେ ଶୃଙ୍ଖଳା ରକ୍ଷା କରିବେ ଏବଂ ହଟ୍ଟଗୋଳ କରିପାରିବେ ନାହିଁ । ସିମଲାରେ ହୋଇଥିବା ଗୃହର ବାଚସ୍ପତି ବା ପୀଠାଧୀଶ ଅଧିକାରୀଙ୍କ ସମ୍ମଳନୀରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି। ଏବେ ଶୀତ କାଳୀନ ଅଧିବେଶପରୁ ଏହାକୁ ଲାଗ କରାଯିବ। ଏ ନେଇ ସର୍ବ ଦଳୀୟ ବୈଠକରେ ବାଚସ୍ପତି ଆଲୋଚନା କରିବେ ବାଚସ୍ପତି। କିନ୍ତୁ ତା ପୂର୍ବରୁ ବିରୋଧୀ ଦଳ ସଦସ୍ୟ ମାନେ ଏଭଳି ନିଷ୍ପତିକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ଗୃହର ଶାଳୀନତା ରକ୍ଷା ପାଇଁ ଏହି କଟକଣା ଜରୁରୀ ହେଲାଣି। ବିଶେଷ କରି ସଂସଦରେ ରାଷ୍ଟ୍ରପତି ସମ୍ବୋଧନ କରୁଥିବା ବେଳେ କିମ୍ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ମାନ୍ୟବର ସଦସ୍ୟମାନେ ଶୃଙ୍ଖଳା ରଖିବେ ହଟ୍ଟଗୋଳ କରିପାପାରିବେନି। ସେହିପରି ପ୍ରଶ୍ନକାଳରେ ମଧ୍ୟ ବିଧାୟକମାନେ ହୋହଲ୍ଲାରେ ଲାଗିଲା ରୋକ ଲାଗିବ। ଚଳିତ ମାସ ୧୬ରୁ ୧୯ ସିମଳାରେ ହୋଇଥିବା ବାଚସ୍ପତି ଓ ପୀଠାଧୀଶ ଅଧିକାରୀ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0