ରାଜଧାନୀରେ ଧୀରେ ଧୀରେ କମୁଛୁ ପ୍ରଦୂଷଣ। କିନ୍ତୁ ଏଯାଏଁ ଆସିନି ସୁଧାର। ଦ୍ରୁତ ବେଗରେ ପବନ ବହିବା ଯୋଗୁଁ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ କିଛି ମାତ୍ରାରେ କିମିଛି। ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ମଧ୍ୟ ହ୍ରାସ ପାଇଛି। କିନ୍ତୁ ପୂରାପୁରି ସୁଧାର ଆସିନାହିଁ। ଏହାକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ୨୧ ନଭେମ୍ବର ଭିତରେ ଦିଲ୍ଲୀର ସ୍ଥିତିରେ ସୁଧାର ଆସିବ ବୋଲି କହିଥିଲେ। କିନ୍ତୁ ଏଯାଏଁ ପ୍ରଦୂଷଣ କମିନାହିଁ। କିଛି ସ୍ଥାନରେ ପବନ ବହିବା ଯୋଗୁଁ ପ୍ରଦୂଷଣ କମିଛି। କିନ୍ତୁ ଆପଣମାନେ ଏହାକୁ କମ୍ କରିବା ପାଇଁ ସ୍ଥାୟୀ ଭାବେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଆଜି ଶୁଣାଣି ବେଳେ କଡା ଭାଷାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଶୁଣାଣି ବେଳେ ସିଜେଇ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ, ‘କ’ଣ ହେଲା ତୁମେ କୁହ? ଆପଣ କହିଥିଲେ ଯେ ନଭେମ୍ବର ୨୧ରୁ ପରିସ୍ଥିତି ଭଲ ରହିବ। ପ୍ରବଳ ପବନ ହେତୁ ଆମେ ବଞ୍ଚିଗଳୁ, କିନ୍ତୁ ପାଣିପାଗ ବିଭାଗର ଖବର ସୂଚନାନୁଯାୟୀ ଆଜି ସନ୍ଧ୍ୟା ଠାରୁ ଏହା ପୁଣି ଗୁରୁତର ହୋଇପାରେ।’ ଏହାପୂର୍ବରୁ ଦିଲ୍ଲୀ ସରକାର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0