spot_img

ନାସା ଉତ୍‌କ୍ଷେପଣ କଲା ମହାକାଶଯାନ

ମହାକାଶରେ ଗ୍ରହାଣୁକୁ ଧକ୍କା ଦେଇ ତା’ର ଗତିପଥ ପରିବର୍ତ୍ତନ କରିବା ପାଇଁ ଅଭିଯାନ ଆରମ୍ଭ କରି ‘ନାସା’ ଆଜି ଏକ ମହାକାଶଯାନ ଉତ୍‌କ୍ଷେପଣ କରିଛି। ମହାକାଶଯାନ ଉତ୍‌କ୍ଷେପଣର କ୍ଲିପ୍‌ ସହ ଆଜି ଟୁଇଟ୍‌ କରି ‘ନାସା’ ଲେଖିଛି, କ୍ଷୁଦ୍ର ଗ୍ରହାଣୁମାନେ: ଆମେ ତୁମର ମୁକାବିଲା କରିବାକୁ ଯାଉଛୁ! ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ନିକଟ ‘ଭାଣ୍ଡେନ୍‌ବର୍ଗ ସ୍ପେସ୍‌ ଫୋର୍ସ ବେସ୍‌’ରୁ ଭାରତୀୟ ସମୟ ବୁଧବାର ୧୧.୫୧ରେ ‘ଦି ସ୍ପେସ୍‌ଏକ୍ସ୍‌ ଫାଲ୍‌କନ୍‌ ୯ ରକେଟ୍‌ ‘ଡାର୍ଟ’କୁ ନେଇ ପରୀକ୍ଷାମୂଳକ ଭାବେ ମହାଶୂନ୍ୟକୁ ଗତି କରିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି କ୍ଷୁଦ୍ର ଗ୍ରହାଣୁ ବା ‘ଉପଗ୍ରହ’ର ଗତିପଥକୁ ସାମାନ୍ୟ ପରିବର୍ତ୍ତନ କରିବା। ଏହି ଗ୍ରହାଣୁର ଓସାର ହେଉଛି ୫୫୨ ଫୁଟ୍‌ ବା ଦୁଇଟି ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ର ମିଶିଲେ ଯେତିକି, ସେତିକି ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular