spot_img

କ୍ୟାବିନେଟ ରେ ୩ କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିଲା ଅନୁମୋଦନ

ସରିଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବିବାଦୀୟ ୩ଟି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ଲାଗିଛି କ୍ୟାବିନେଟ୍‌ର ମୋହର । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଅପରାହ୍ନ ୩ଟା ସମୟରେ ପ୍ରେସ୍‌ମିଟ୍‌ କରି ଏବିଷୟରେ ସବିଶେଷ ସୂଚନା ଦେଇପାରନ୍ତି । ବର୍ଷେ ହେଲା ଦେଶରେ ୩ଟି କୃଷି ଆଇନ୍‌କୁ ନେଇ ସାରାଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏପରିକି ଦିଲ୍ଲୀ ସୀମାରେ ପାଖାପାଖି ବର୍ଷେ ହେଲା ଚାଷୀମାନେ ଧାରଣାରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular