ଦେଶରେ ଏବେ କରୋନା ସଂକ୍ରମଣ କମ ରହୁଥିବା ବେଳେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମ ରହିଛି। ତେବେ ଏହା ଯେମିତି ଆଗାମୀ ଦିନରେ ଆହୁରି କମିବ ସେ ନେଇ ସରକାର ଲୋକଙ୍କୁ ସତର୍କ ରହିବାକୁ କହୁଛନ୍ତି। ତେବେ ରାଜ୍ୟରେ ଏବେ କରୋନାସ୍ଥିତି କିଭଳି ରହିଛି ସେ ବିଷୟରେ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଆଖ ପାଖ ଦେଶରୁ କୋଭିଡ ସଂକ୍ରମିତ ଆମ ଦେଶକୁ ଆସିବା କାରଣରୁ ଆମ ଦେଶ ବି ପ୍ରଭାବିତ ହେଉଥିଲା। ହେଲେ ଏବେ କରୋନା ସଂକ୍ରମିତ ଅଧିକ ଥିବା ଦେଶକୁ ଯାତାୟତ କରିବା ଉପରେ କଟକଣା ଲାଗିଥିବାରୁ ସଂକ୍ରମଣ କମ ରହୁଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, ସଂକ୍ରମଣ କମ ହେବା ସହ ଏବେ ‘ଏଣ୍ଡେମିକ୍’ ଆଡକୁ ଗତି କରୁଛି କରୋନା। ତେବେ କୋଭିଡ ଯଦି ନିଜର ଭାରିଆଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ଆସିପାରେ। ବିଦେଶରେ ନୂଆ ଭାରିଆଣ୍ଟ ଆସିନଥିବାରୁ ଓଡ଼ିଶାରେ ଏବେ ସଂକ୍ରମଣ କମ ରହିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0